Advertisment

ହସ୍ପିଟାଲ କ୍ୟାମ୍ପସରେ ମାଉସୀ ପୁତୁରାକୁ ଧକ୍କାଦେଲା ଆମ୍ବୁଲାନ୍ସ

ଗୋଟିଏ ଆମ୍ବୁଲାନ୍ସ ଆସି ଉଭୟଙ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ପରେ ଆମ୍ବୁଲାନ୍ସଟି ଜନଗହଳି ଭିତରକୁ ମାଡ଼ିଯାଇ ଏକ ଗଛରେ ପିଟି ହୋଇଯାଇଥିଲା।

Bhadrak

Bhadrak

Advertisment

ହସ୍ପିଟାଲ କ୍ୟାମ୍ପସରେ ଧକ୍କାଦେଲା ଆମ୍ବୁଲାନ୍ସ। ଆଉ ଆମ୍ବୁଲାନ୍ସ ଧକ୍କାରେ ମାଉସୀ ଓ ତାଙ୍କ ଦେଢବର୍ଷ ବୟସର ପୁତୁରା ଗୁରୁତର ହୋଇ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର।

Advertisment

ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗେଲପୁର ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସ୍ ରେ। ଏମିତିକି ଆମ୍ବୁଲାନ୍ସ ଡ୍ରାଇଭରକୁ ଲୋକେ ପ୍ରବଳ ପିଟିଥିଲେ। ମେଡ଼ିକାଲ ପରିସରରେ କାର୍ଯ୍ୟରତ ସିକ୍ୟୁରିଟି ଲୋକଙ୍କ କବଳରୁ ଅଭିଯୁକ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଇଛନ୍ତି। ଡ୍ରାଇଭରକୁ ଅଟକ ରଖି ଗ୍ରାମାଞ୍ଚଳ ଥାନା ପୁଲିସ ପଚରାଉଚରା କରୁଛି।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅସୁରାଳିର ଅକ୍ଷୟ ପଲାଇଙ୍କ ଦେଢ଼ବର୍ଷର ପୁଅ ଅସୁସ୍ଥ ଅଛନ୍ତି। ଭଦ୍ରକ ମେଡ଼ିକାଲରେ ଗତ ୩ଦିନ ହେଲା ତାର ଚିକିତ୍ସା ଚାଲିଛି। ତେଣୁ ଛୁଆ ପାଖରେ ଅଜା କାଳନ୍ଦୀ ପରିଡ଼ା ଓ ମାଉସୀ ଛବିରାଣୀ ରହିଥିଲେ। ଚିକିତ୍ସା ପରେ ଶିଶୁ ପୁତ୍ର ସାମାନ୍ୟ ସୁସ୍ଥ ହୋଥିଲା। ତେଣୁ ତାକୁ କୋଳରେ ଧରି ମେଡ଼ିକାଲ ପରିସରରେ ବୁଲୁଥିଲେ। ଠିକ୍ ସେଇ ସମୟରେ ଗୋଟିଏ ଆମ୍ବୁଲାନ୍ସ ଆସି ଉଭୟଙ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ପରେ ଆମ୍ବୁଲାନ୍ସଟି ଜନଗହଳି ଭିତରକୁ ମାଡ଼ିଯାଇ ଏକ ଗଛରେ ପିଟି ହୋଇଯାଇଥିଲା।

Advertisment

ଆମ୍ବୁଲାନ୍ସ ଧକ୍କାରେ ମାଉସି ପୁତୁରା ଆହାତ ହୋଇଥିଲେ। ଛବିରାଣୀ ଙ୍କର ଚିତ୍କାର ଶୁଣି ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ଆମ୍ବୁଲାନ୍ସାକୁ ଘେରି ଯାଇଥିଲେ। ଆଉ ଡ୍ରାଇଭରକୁ ବହେ ପିଟିଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୱ୍ୟରୁଟି ଗାର୍ଡ଼ମାନେ ଲୋକଙ୍କ କବଳରୁ ଡ୍ରାଇଭରକୁ ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ।

ରିପୋର୍ଟ – ଭଦ୍ରକରୁ ପାର୍ଥସାରଥୀ ନାୟକ

Accident Bhadrak Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe