Advertisment

ପଛରୁ ପିଟିଲା ଆମ୍ବୁଲାନ୍ସ; ବାପା ଆଗରେ ଚାଲିଗଲା ପୁଅ

ବାପା ଆଖି ଆଗରେ ଛଟପଟ ହୋଇ ଆଖି ବୁଜିଦେଲା ୮ ବର୍ଷର ନାବାଳକ ପୁଅ । ଏହି ଦୁର୍ଘଟଣାରେ ଗୁରୁତର ବାପା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

author-image
Niharika Rout
Road Block

Road Block

ହସଖୁସିରେ ବାପପୁଅ ସାଇକେଲରେ ରାସ୍ତା ପାର ହେଉଥିଲେ। କିଛି ସମୟ ପରେ ଘରକୁ ଫେରିଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଲା ଅଘଟଣ । ପଛପଟୁ ପିଟି ଦେଲା ଆମ୍ବୁଲାନ୍ସ। ବାପା ଆଖି ଆଗରେ ଛଟପଟ ହୋଇ ଆଖି ବୁଜିଦେଲା ୮ ବର୍ଷର ନାବାଳକ ପୁଅ । ଏହି ଦୁର୍ଘଟଣାରେ ଗୁରୁତର ବାପା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମହେନ୍ଦ୍ରି ଗାଁରେ ଘଟିଛି।

Advertisment

ମୃତ ନାବାଳକଜଣକ ହେଲେ ନିଖିଳ ମହାନ୍ତି । ନିଖିଳ ଓ ତାଙ୍କ ବାପା ଆଜି ସକାଳେ ଶୌଚ ହେବାକୁ ସାଇକେଲ ଯୋଗେ ଗାଁ ନିକଟ ରାଜ୍ୟ ରାଜପଥରେ ଯାଉଥିଲେ। ଉକ୍ତ ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଉଭୟଙ୍କୁ ପିଟିଥିଲା। ଫଳରେ ଉଭୟ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଛଟପଟ ହୋଇ ନିଖିଳ ଆଖି ବୁଜିଥିବା ବେଳେ ତାଙ୍କ ବାପା ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇ ଆମ୍ବୁଲାନ୍ସ ଚାଳକ ଗାଡ଼ି ସହ ଫେରାର ହୋଇ ଯାଇଛନ୍ତି ।

ସ୍ଥାନୀୟ ଲୋକେ ତୁରନ୍ତ ନିଖିଳଙ୍କ ବାପାଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଅନ୍ୟପଟେ ଉତ୍ୟକ୍ତ ଲୋକ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ପାପଡାହାଣ୍ଡି ତହସିଲଦାର ଏବଂ ଡାବୁଗାଁ ବିଡିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Accident Nabarangpur