Advertisment

ଜଳୁଛି ଆମେରିକାର ହାୱାଇ ଦ୍ୱୀପ, ମୃତ୍ୟୁସଂଖ୍ୟା 89କୁ ବୃଦ୍ଧି

ଜଳୁଛି ଆମେରିକାର ହାୱାଇ ଦ୍ୱୀପ। ବର୍ତ୍ତମାନ ସୁଦ୍ଧା ଗଲାଣି 89 ଜୀବନ। ଧ୍ୱଂସସ୍ତୂପରେ ପାଲଟିଲାଣି ଲାହୌନା ସହର।

Fire Breaks Out In America

Fire Breaks Out In America

Advertisment

ଜଳୁଛି ଆମେରିକାର ହାୱାଇ ଦ୍ୱୀପ। ଏହି ଦ୍ୱୀପରେ ଥିବା ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଧୂଆଁମୟ ହୋଇଯାଇଛି ପୂରା ସହର। ଯେଉଁଠି ଦେଖିବେ ଖାଲି ନିଆଁ ହିଁ ନିଆଁ। ବର୍ତ୍ତମାନ ସୁଦ୍ଧା 89 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇ ସାରିଲେଣି। କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ଭଷ୍ମ ହୋଇଯାଇଛି।

Advertisment

ସୂଚନା ଅନୁସାରେ, ଦୁଇ ଦିନ ତଳେ ଆମେରିକାର ହାୱାଇ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ପବନର ବେଗ ଅଧିକ ଥିବାରୁ ଧୀରେ ଧୀରେ ନିଆଁ ଜଙ୍ଗଲରୁ ଜନବସତିକୁ ବ୍ୟାପି ଯାଇଛି। ଫଳରେ ହାୱାଇ ଦ୍ୱୀପର ଥିବା ହଜାର ହଜାର ବଡ଼ ବଡ଼ ବିଲ୍ଡିଂ ଜଳି ଧ୍ୱଂସସ୍ତୂପରେ ପରିଣତ ହୋଇ ଯାଉଛି। ଏହି ଭୟଙ୍କର ନିଆଁ ଯୋଗୁ ଆମେରିକାର ଲାହୌନା ସହର ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛି। ସହରର ସବୁ ଅଞ୍ଚଳରେ ପାଉଁଶର ପାହାଡ ଦେଖିବାକୁ ମିଳୁଛି। 

ହାୱାଇ ପ୍ରଦେଶର ଗଭର୍ନର କହିଛନ୍ତି ଯେ, ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାହୌନା ସହର ଏବେ ଏକ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରୁଛି। ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଲାଗିଯିବ। ଗତ ତିନି ଦିନ ହେବ ଦ୍ୱୀପରେ ପ୍ରଖର ଅଗ୍ନିକାଣ୍ଡ ଘଟିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଣ୍ଠିରୁ ପ୍ରଭାବିତ ଅଞ୍ଚଳକୁ ଅନୁଦାନ ଦିଆଯାଇଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ପାଇଛି। 

Advertisment
America Fire News Fire Breaks Out In America America News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe