Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଡାକ୍ତରଖାନା ଗଲେ ରୋଗୀ

ବିନିକା ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Binika

Binika

Advertisment

 ସ୍ୱାସ୍ଥ୍ୟ ସେବାରେ ଘୋର ଅବହେଳା।  ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ମିଳିଲାନି ୧୦୮ ଆମ୍ବୁଲାନ୍ସ। ଟ୍ରଲିରେ ରୋଗୀକୁ ମେଡିକାଲ ନେଲେ ସ୍ଥାନୀ ଲୋକେ I ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ।

Advertisment

ବିନିକା ସହରରେ ରହୁଥିବା ହଲୁ ନାଏକ ନାମକ ଜଣେ ବ୍ୟକ୍ତି ଗତକାଲି ବସଷ୍ଟାଣ୍ଡ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପାଇଁ ବିନିକା ମେଡିକାଲକୁ ଫୋନ୍ କରିଥିଲେ। ହେଲେ ସେହି ସମୟରେ ଡାକ୍ତରଖାନାରେ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଅନ୍ୟ ରୋଗୀକୁ ଆଣିବାକୁ ବାହାରକୁ ଯାଇଥିଲା। ତାହା ଆସିବା ବିଳମ୍ବ ହେବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା।  ଶେଷରେ  ସ୍ଥାନୀୟ ଲୋକେ ଟ୍ରଲିରେ ହଲୁଙ୍କୁ ଶୁଆଇ ବିନିକା ମେଡିକାଲକୁ ଆଣିଥିଲେ। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁ ନାହିଁ, ତାହାହେଲେ ଉପାନ୍ତ ଅଞ୍ଚଳର ରୋଗୀମାନଙ୍କୁ  କିପରି ସ୍ୱାସ୍ଥ୍ୟସେବା ମିଳୁଥିବ ତାହା ସାଧାରଣରେ ଚର୍ଚ୍ଚା ହେଉଛି।  ଏନେଇ ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

Advertisment
Ambulance Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe