Chadaka Festival
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବ୍ରତଧାରୀଙ୍କର ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ମହିଳାଙ୍କ ବୟସ ୪୦ବର୍ଷ ହେବ ବୋଲି ଜଣାପଡ଼ିଛି। ତାଙ୍କ ଘର ପଶ୍ଚିମବଙ୍ଗରେ।
ଏହି ମହିଳା ବ୍ରତଧାରୀ ଜଣଙ୍କ ଆଜି ସକାଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଯାତ୍ରାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଭୋଗରାଇ ମେଡିକାଲ ଅଫିସର ଡାକ୍ତର କମଳାକାନ୍ତ ଜେନା ସୂଚନା ଦେଇଛନ୍ତି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଚିକିତ୍ସା କରାଯାଉଛି।
ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ଯାତ୍ରାରେ ଲକ୍ଷାଧିକ ଭକ୍ତ ମାନଙ୍କ ସମାଗମ ହୋଇଥିବା ବେଳେ ଆଜି ବାବାଙ୍କ ଶେଷ ଅର୍ଘ୍ୟ। ସେଥିପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନଙ୍କର ଲମ୍ବାର ସୁଅ ଛୁଟୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us