ଅନୁଗୋଳ ଗୁରଙ୍ଗ ଜଳଭଣ୍ଡାରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପାର୍ଥସାରଥୀ ଗୋଛାୟତ (୨୮)। ସେ ଆସିଷ୍ଟାଣ୍ଟ ଲୋକ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଅନୁଗୋଳରେ।
ଆଜି ପାର୍ଥସାରଥୀ ଓ ଅନୁଗୋଳର ଆଉ ୩ ଜଣ ଯୁବକ ସାଙ୍ଗ ହୋଇ ଗୁରଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ସେମାନେ ଏକ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ହେଲେ କିଛି ଦୂର ଗଲା ପରେ ହଠାତ୍ ଡଙ୍ଗାଟି ଓଲଟି ପଡ଼ିଥିଲା।
ଡଙ୍ଗା ଓଲଟି ପଡ଼ିବା ପରେ ପାର୍ଥସାରଥୀଙ୍କର ତିନି ଜଣ ସାଙ୍ଗ ପହଁରି ପହଁରି କୂଳକୁ ଚାଲିଆସିଥିଲେ। ହେଲେ ପାର୍ଥସାରଥୀ ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକ ଓ ପରେ ଅନୁଗୋଳ ଅଗ୍ନିଶମ ବିଭାଗର କର୍ମଚାରୀ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ପ୍ରାୟ ଏକ ଘଣ୍ଟା ଖୋଜିବା ପରେ ପାର୍ଥସାରଥୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।