Advertisment

ଓଲଟି ପଡ଼ିଲା ଡଙ୍ଗା, ଜଳଭଣ୍ଡାରରେ ବୁଡ଼ିଗଲେ ଆସିଷ୍ଟାଣ୍ଟ ଲୋକ ପାଇଲଟ

ଡଙ୍ଗା ଓଲଟି ପଡ଼ିବା ପରେ ପାର୍ଥସାରଥୀଙ୍କର ତିନି ଜଣ ସାଙ୍ଗ ପହଁରି ପହଁରି କୂଳକୁ ଚାଲିଆସିଥିଲେ। ହେଲେ ପାର୍ଥସାରଥୀ ବୁଡ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
Parthasarathi

Parthasarathi

Advertisment

ଅନୁଗୋଳ ଗୁରଙ୍ଗ ଜଳଭଣ୍ଡାରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପାର୍ଥସାରଥୀ ଗୋଛାୟତ (୨୮)। ସେ ଆସିଷ୍ଟାଣ୍ଟ ଲୋକ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଅନୁଗୋଳରେ।

Advertisment

ଆଜି ପାର୍ଥସାରଥୀ ଓ ଅନୁଗୋଳର ଆଉ ୩ ଜଣ ଯୁବକ ସାଙ୍ଗ ହୋଇ ଗୁରଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ସେମାନେ ଏକ ଡଙ୍ଗାରେ  ଜଳଭଣ୍ଡାର ଭିତରକୁ ଯାଇଥିଲେ। ହେଲେ କିଛି ଦୂର ଗଲା ପରେ ହଠାତ୍ ଡଙ୍ଗାଟି ଓଲଟି ପଡ଼ିଥିଲା।

ଡଙ୍ଗା ଓଲଟି ପଡ଼ିବା ପରେ ପାର୍ଥସାରଥୀଙ୍କର ତିନି ଜଣ ସାଙ୍ଗ ପହଁରି ପହଁରି କୂଳକୁ ଚାଲିଆସିଥିଲେ। ହେଲେ ପାର୍ଥସାରଥୀ ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକ ଓ ପରେ ଅନୁଗୋଳ ଅଗ୍ନିଶମ ବିଭାଗର କର୍ମଚାରୀ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ପ୍ରାୟ ଏକ ଘଣ୍ଟା ଖୋଜିବା ପରେ ପାର୍ଥସାରଥୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

Advertisment
Drowning Case Drowning Boat Accident Drowning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe