Advertisment

କେନାଲରେ ପଡ଼ିଗଲା ଅଟୋ, ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲ

ପିଲାମାନେ ଅଟୋରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପାଠପଢ଼ିବାକୁ ଯାଉଥିଲେ।

author-image
Jitendra Garnayak
Auto

Auto

ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ। ଭାରସାମ୍ୟ ହରାଇ କେନାଲରେ ପଡ଼ିଗଲା। ତେବେ କେନାଲରେ ଅଳ୍ପ ପାଣିଥିବାରୁ ଟଳିଗଲା ଏକ ବଡ଼ ଅଘଟଣ। ଘଟଣାଟି ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକର ବାଲିସାହି ନିକଟରେ।

Advertisment

ଅଟୋଟିରେ ୧୦ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ହରିଚନ୍ଦନପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ। ବାଲିସାହି ନିକଟରେ ଏକ କୁକୁର ହଠାତ୍ ଦୌଡ଼ି ଆସିବାରୁ ଅଟୋଟି ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ଯାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତ ପିଲାଙ୍କୁ କେନାଲରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସୁସ୍ଥ ଅଛନ୍ତି। 

ସାଲେପୁର ତହସିଲଦାର ଜୟନ୍ତ ଜୟସିଂ କହିଛନ୍ତି, ପିଲାମାନେ ଅଟୋରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପାଠପଢ଼ିବାକୁ ଯାଉଥିଲେ। ବାଟରେ କୁକୁରଟିଏ ଅଟୋ ସମ୍ମୁଖକୁ ଚାଲିଆସିବାରୁ ଦୁର୍ଘଟଣା ଘଟିଥିଲା। ପିଲାମାନଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ସାଲେପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି। କୌଣସି ପିଲାଙ୍କର ବିଶେଷ କିଛି କ୍ଷତି ଘଟିନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି। 

Advertisment
Accident