Advertisment

ପରୀକ୍ଷା ଦେଇ ଫେରୁଥିଲେ ଛାତ୍ରୀ, ରାସ୍ତାରେ ଧକ୍କାଦେଲା ଅଟୋ

ଛାତ୍ରୀଙ୍କୁ ଧକ୍କା ଦେଇ ଅଟୋଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Ambulance

Ambulance

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁରର ଅଯୋଧ୍ୟା ଛକ ନିକଟରେ ଅଟୋ ଧକ୍କାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହାତ ଛାତ୍ରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରୀ ଜଣକ ହେଉଛନ୍ତି ଲକ୍ଷ୍ମୀଦାସପୁରର ଅଭିମନ୍ୟୁ ବେହେରାଙ୍କ ଝିଅ ସ୍କୃତିରେଖା ବେହେରା।

Advertisment

ସ୍କୃତିରେଖା ଅଯୋଧ୍ୟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢନ୍ତି। ଆଜି ତାଙ୍କର ପରୀକ୍ଷା ଥିଲା। ତେଣୁ ସେ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଇଥିଲେ। ପରୀକ୍ଷା ସରିବା ପରେ ସେ ଚାଲି ଚାଲି ଘରକୁ ଫେରୁଥିଲେ। ଅଯୋଧ୍ୟା ଛକ ନିକଟରେ ତାଙ୍କୁ ଏକ ଅଟୋ ଧକ୍କା ଦେଇଥିଲା। ସେ ରାସ୍ତା କଡ଼କୁ ଛିଟିକି ହୋଇ ପଡ଼ିଥିଲେ।

ଛାତ୍ରୀଙ୍କୁ ଧକ୍କା ଦେଇ ଅଟୋଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। 

Advertisment
Accident Roadaccident