Advertisment

ବ୍ରାହ୍ମଣୀରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

ନଦୀରେ ବୁଡ଼ି ନିଖୋଜ ହୋଇଥିବା ଛାତ୍ରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛି ଅଗ୍ନିଶମ ବାହିନୀ।

Sanat Kumar Mahalika

Sanat Kumar Mahalika

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ ସନତ କୁମାର ମହାଳିକ। ତାଙ୍କ ଘର ବାଲେଶ୍ୱରରେ।

Advertisment

ସନତ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (IGIT)ର ବିଟେକ୍‌ର ଶେଷ ବର୍ଷ ଛାତ୍ର ଥିଲେ। ଆଜି ଅପରାହ୍ନରେ ସେ କଲେଜ ପଛ ପାଖ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। 

ମିଳିଥିବା ସୂଚନା ଅନୁଯାୟୀ, ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ବୁଡ଼ି ଯାଇଥିଲେ ସନତ। ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ 

Drowning Case Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe