Sanat Kumar Mahalika
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ ସନତ କୁମାର ମହାଳିକ। ତାଙ୍କ ଘର ବାଲେଶ୍ୱରରେ।
ସନତ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (IGIT)ର ବିଟେକ୍ର ଶେଷ ବର୍ଷ ଛାତ୍ର ଥିଲେ। ଆଜି ଅପରାହ୍ନରେ ସେ କଲେଜ ପଛ ପାଖ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ବୁଡ଼ି ଯାଇଥିଲେ ସନତ। ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1710423103.jpg)