Advertisment

ଖେଳୁଥିବା ସମୟରେ ନାବାଳକ ପିଠିରେ ପଶିଗଲା ଲୁହା ଛଡ଼

ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି।

Bargarh

Bargarh

Advertisment

ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ୯ବର୍ଷର ଶିଶୁ ଦେହରେ ପଶିଗଲା ଲୁହା ଛଡ଼। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରେ। ଆହତ ପିଲାଟିକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପିଲାଟିର ନାମ ଜୀବନ ପାତିକାର। ପିଲାଟିର ପିଠିରେ ଲୁହା ଛଡ ପଶିଯାଇଛି। 

Advertisment

ଆଜି ସକାଳେ ଜୀବନ ସାଙ୍ଗମାନଙ୍କ ସହ  ଘର ବାହାରେ ଖେଳୁଥିଲା। ଏହି ସେ ଲୁହାରଡ ଉପରେ ପଡ଼ି ଯାଇଥିଲା। ଯାହାଫଳରେ ରଡ଼ଟି ପିଠି ପଟ ଦେଇ ଶରୀର ଭିତରକୁ ଚାଲି ଯାଇଥିଲା।

ପିଲାଟିକୁ ପ୍ରଥମେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ବୁ଼ର୍ଲା ସ୍ଥାନାନ୍ତର କରାଯାଇଛି। ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି।  

Advertisment
Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe