Advertisment

ଜଳିଗଲା ଘର, ପୋଡ଼ିହୋଇ ବୃଦ୍ଧା ଗୁରୁତର

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନେ ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିଲେ।

ଅଦ୍ୟତନ ହୋଇଛି
Fire

Fire

Advertisment

ଘରେ ନିଆଁ ଲାଗି ଯିବାରୁ ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ମଥୁରା ଗାଁରେ ଏହି ଘଟଣା ଘଟିଛି। 

Advertisment

ନିଆଁରେ ପୋଡ଼ି ହୋଇଥିବା ବୃଦ୍ଧାଙ୍କ ନାଁ କୌଶଲ୍ୟା ବଗର୍ତ୍ତି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନେ ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ସେମାନଙ୍କର ଦୁଇ ବଖରା ବିଶିଷ୍ଟ ଘରଟି ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସେମାନଙ୍କର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଯାଇଛି। 

ନିଆଁ ଲାଗିବା ପରେ ଦୁର୍ଯ୍ୟୋଧନ ନାୟକ ଓ ତାଙ୍କ ଘରର ସମସ୍ତ ସଦସ୍ୟ ବାହାରକୁ ଚାଲି ଆସିଥିଲେ। କିନ୍ତୁ ଭିତରେ ରହି ଯାଇଥିଲେ ଦୁର୍ଯ୍ୟୋଧନ ନାୟକଙ୍କ ଶାଶୁ କୌଶଲ୍ୟା ବଗର୍ତ୍ତି। କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଥିଲା। 

Advertisment

ନିଆଁରେ ପୋଡ଼ି ହୋଇଥିବା ବୃଦ୍ଧାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ପିଠି ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। 

Fire Mishap Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe