Advertisment

ଭୁଶୁଡ଼ି ପଡ଼ିଲା ୨ ମହଲା ବିଶିଷ୍ଟ ପରିତ୍ୟକ୍ତ କୋଠା

କୋଠାଟି ବହୁ ପୁରୁଣା ଓ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସେଠାରେ କେହି ରହୁ ନଥିଲେ।

author-image
Jitendra Garnayak
Collapsed Building

Collapsed Building

ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ଥିବା ଏକ ବହୁ ପୁରୁଣା କୋଠାର ଗୋଟିଏ ପାର୍ଶ୍ୱ ଆଜି ଭୁଶୁଡ଼ି ପଡ଼ିଛି। ତେବେ କୋଠାଟିରେ କେହି ରହୁ ନଥିବାରୁ କେହି ହତାହତ ହୋଇନାହାନ୍ତି। ସେହିଭଳି ସୌଭାଗ୍ୟବଶତଃ କୋଠାଟି ଭୁଶୁଡ଼ିବା ବେଳେ ତା’ ଆଖପାଖରେ କେହି ନଥିଲେ। ପୁଲିସ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଛି। 

Advertisment
Collapsed Building ଭାଙ୍ଗି ଯାଇଥିବା ପରିତ୍ୟକ୍ତ କୋଠା

କୋଠାଟି ବହୁ ପୁରୁଣା ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେଥିପାଇଁ ସେଠାରେ କେହି ରହୁ ନଥିଲେ। କୋଠାଟି ବିପଦସଙ୍କୁଳ ଅବସ୍ଥାରେ ଥିଲେ ହେଁ ଏହାର ମାଲିକ ଏହାକୁ ଭାଙ୍ଗି ନଥିବାରୁ ତଥା ପ୍ରଶାସନ ବି ଏ ଦିଗରେ କିଛି ପଦକ୍ଷେପ ନେଇ ନଥିବାରୁ ସ୍ଥାନୀୟ ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଲଗାଣ ବର୍ଷା ଯୋଗୁ ଦୁର୍ବଳ କୋଠାଟିର ଏକ ପାର୍ଶ୍ୱ ଭୁଶୁଡ଼ି ପଡ଼ିଛି ବୋଲି କୁହାଯାଉଛି।

Building ପରିତ୍ୟକ୍ତ କୋଠାର ଗୋଟିଏ ପାର୍ଶ୍ୱ ଭୁଶୁଡ଼ି ଯାଇଛି।

ସମ୍ବଲପୁର ସହରରେ ଏମିତି ଆଉ କିଛି ପୁରୁଣା ତଥା ପରିତ୍ୟକ୍ତ କୋଠା ରହିଛି। ସେଗୁଡ଼ିକୁ ମାଲିକମାନେ ନ ଭାଙ୍ଗି ସେମିତି ଛାଡ଼ି ଦେଇଛନ୍ତି। ପ୍ରଶାସନ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ଉଚିତ୍ ବୋଲି ଦାବି ଉଠିଛି। ନ ହେଲେ କେତେବେଳେ ଯେ ଅଘଟଣ ଘଟିବ, ତାହା କହି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି।

Advertisment
Building Collapse