Advertisment

ଆନ୍ଧ୍ରରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା; ଛୁଟିଲା ସହାୟତାର ସୁଅ

ରେଳ ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ପରେ ମୃତାହତଙ୍କ ପାଇଁ ସହାୟତାର ସୁଅ ଛୁଟିଛି। ଦୁର୍ଘଟଣାରେ ମୃତହାତ ହୋଇଥିବା ଲୋକଙ୍କ ପାଇଁ ପିଏମ୍, ରେଳ ବିଭାଗ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। ମୃତାହତଙ୍କ ଲାଗି ପିଏମ୍ ଓ ପକ୍ଷରୁ ୨ଲକ୍ଷ ଟଙ୍କା ଓ ପ୍ରତି ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଦେବାକୁ ପିଏମ୍ ଓ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ବର୍ଗକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତ ବ୍ୟକ୍ତି ୫୦ ହଜାର ଲେଖାଏଁ ଦେବାକୁ ଘୋଷଣା କରାଯାଇଛି। 

 ସେହିପରି ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ସମେତ ଅନ୍ୟ ରାଜ୍ୟର ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୁରୁତରଙ୍କୁ ୫୦ ହଜାର ଟଙ୍କା ଲେଖାଏସହାୟତା ପ୍ରଦାନ କରିବାକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତକାଲି ଘଟିଥିବା ଟ୍ରେନ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛନ୍ତି।

 ସେହିପରି ମର୍ମନ୍ତୁଦ ରେଳ ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏସ୍ଆରସି ଏବଂ ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୪ଟି ଓଡ୍ରାଫ୍ ଟିମ ପଠାଇବାକୁ ମୁଖ୍ୟମନ୍ତ୍ରୀ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଗ୍ନିଶମ ବିଭାଗର ୧୯ଜଣ କର୍ମଚାରୀଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିବା ଅଗ୍ନିଶମ ବିଭାଗ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେମାନେ ପ୍ଲାଜମା କଟର, କମ୍ବୋ ଟୁଲସ ଓ ରେସକ୍ୟୁ ଲାଇନ ନେଇ ବିଜୟନଗରମ ଅଭିମୁଖେ ଯାଇଛନ୍ତି।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ସମୟରେ ଆନ୍ଧ୍ରର ଆଲମଣ୍ଡା ଷ୍ଟେସନରୁ କିଛି ବାଟ ପୂର୍ବରୁ ପଲାସା ପାସେଞ୍ଜର ଟ୍ରେନକୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ଟି ପାସେଞ୍ଜରର ବଗିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଲୋକ ପାଇଲଟ ଓ ଗାର୍ଡଙ୍କ ସହ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।

Train Accident AndhraTrainTragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe