Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକାଙ୍କୁ କାମୁଡ଼ିଲା ସାପ

ଅଙ୍ଗନବାଡ଼ି ଦିଦି ଏନେଇ ସୁଲୋଚନାଙ୍କ ପରିବାର ଲୋକ ଓ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଙ୍କୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Banki

Banki

Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ କରୁଥିବା ବେଳେ ସହାୟିକାଙ୍କୁ ଦଂଶିଲା ସାପ। ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଦୁଃଖଦ ଖବର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଆସିଛି।

Advertisment

ସବୁଦିନ ପରି ଆଜି ରୋଷେଇ କରିବା ପାଇଁ ସହାୟିକା ସୁଲୋଚନା ସ୍ୱାଇଁ ବିଲିପଡା ଦୁଇ ନମ୍ୱର ଅଙ୍ଗନବାଡି କେନ୍ଦ୍ରକୁ ଆସିଥିଲେ। ଆସି ସେ ଭାରି ବ୍ୟସ୍ତ ଥିଲେ। ପିଲାଙ୍କ ପାଇଁ ରୋଷେଇ କରିବାକୁ ଯାଇଥିଲେ। ଆଉ ସେହି ସମୟରେ ଅଙ୍ଗନବାଡ଼ି ଦିଦି ପ୍ରମିଳା ଜେନା ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଠିକ୍‌ ସେହି ସମୟରେ ସେ ସୁଲୋଚନାଙ୍କ ଚିତ୍କାର ଶୁଣିଥିଲେ। ସଙ୍ଗେ ସଙ୍ଗେ ରୋଷେଇ ହେଉଥିବା ସ୍ଥାନକୁ ଦୌଡ଼ି ଆସିଥିଲେ ପ୍ରମିଳା ଦିଦି। ସେତେବେଳକୁ ସୁଲୋଚନା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗୋଟିଏ ବିଷଧର ସାପ ଦଂଶନ କରୁଥିବା ସେ କହିଥିଲେ।

ଅଙ୍ଗନବାଡ଼ି ଦିଦି ଏନେଇ ସୁଲୋଚନାଙ୍କ ପରିବାର ଲୋକ ଓ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଙ୍କୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୁଲୋଚନାଙ୍କ ମୃତ୍ୟୁରେ ମେଡ଼ିକାଲ୍‌ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

ରିପୋର୍ଟ-ବାଙ୍କୀରୁ ସଞ୍ଜୀପ କୁମାର ସାହୁ

Cuttack Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe