Advertisment

ସାପ କାମୁଡ଼ିବା ସତ୍ତ୍ୱେ ଡାକ୍ତରଖାନା ନେଲେନି ପରିବାର ଲୋକେ, ଚାଲିଗଲା ଅଙ୍ଗନବାଡ଼ି ଦିଦିଙ୍କ ଜୀବନ

ସଚେତନ କରାଯିବା ସତ୍ତ୍ୱେ ଏବେ ବି ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ସାପ କାମୁଡ଼ିଲେ ଡାକ୍ତରଖାନା ନଯାଇ ଝଡ଼ାଫୁଙ୍କା କରାଉଛନ୍ତି ଓ ଚେରମୂଳି ଖାଇବାକୁ ଦେଉଛନ୍ତି। ଫଳରେ ସଠିକ୍ ଚିକିତ୍ସା ସେବା ନପାଇ ଲୋକଙ୍କ ଜୀବନ ଚାଲିଯାଉଛି।

author-image
Jitendra Garnayak
undefined

DeadBody

ଅଙ୍ଗନବାଡ଼ି ଦିଦିଙ୍କୁ ସାପ କାମୁଡ଼ି ଦେଲା। କିନ୍ତୁ ପରିବାର ଲୋକେ ଡାକ୍ତରଖାନା ନେଲେ ନାହିଁ। ସେମାନେ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କଲେ। ଆଉ ଶେଷରେ ଚାଲିଗଲା ଅଙ୍ଗନବାଡ଼ି ଦିଦିଙ୍କ ଜୀବନ। ଘଟଣାଟି ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ।

Advertisment

ମୃତ ଅଙ୍ଗନବାଡ଼ି ଦିଦିଙ୍କ ନାଁ ସରସ୍ୱତୀ ମଲ୍ଲିକ। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ସଂପ୍ରଦାୟରେ ଋତୁସ୍ରାବ ବେଳେ ମହିଳାମାନେ ଘର ଭିତରେ ଶୁଅନ୍ତି ନାହିଁ। ସେଥିପାଇଁ ସରସ୍ୱତୀ ଗତକାଲି ରାତିରେ ଘର ବାହାରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସେ ଏ କଥା ଘର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ଘରଲୋକେ ତାଙ୍କୁ ଡାକ୍ତରଖାନା ନେଇ ନଥିଲେ। ସେମାନେ ଝଡ଼ାଫୁଙ୍କା କରିଥିଲେ। କିନ୍ତୁ ଏଥିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନଥିଲା। ଆଉ ଶେଷରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସଚେତନ କରାଯିବା ସତ୍ତ୍ୱେ ଏବେ ବି ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ସାପ କାମୁଡ଼ିଲେ ଡାକ୍ତରଖାନା ନଯାଇ ଝଡ଼ାଫୁଙ୍କା କରାଉଛନ୍ତି ଓ ଚେରମୂଳି ଖାଇବାକୁ ଦେଉଛନ୍ତି। ଫଳରେ ସଠିକ୍ ଚିକିତ୍ସା ସେବା ନପାଇ ଲୋକଙ୍କ ଜୀବନ ଚାଲିଯାଉଛି। ଏଣୁ ଲୋକଙ୍କୁ ଏ ସଂପର୍କରେ ଅଧିକରୁ ଅଧିକ ସଚେତନ କରାଯିବା ସହିତ ପ୍ରତି ଲୋକଙ୍କୁ କେମିତି ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ସେମାନଙ୍କ ମନରେ ବିଶ୍ୱାସଜନ୍ମାଇ ହେବ, ସେ ଦିଗରେ ସରକାର ଓ ପ୍ରଶାସନ ପ୍ରୟାସ କରିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Advertisment

ରିପୋର୍ଟ- ମୋହନାରୁ ମିହିର ଜତି

Snake Bite