Advertisment

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁର କାରଣ ଜଣାପଡ଼ିବ।

author-image
Jitendra Garnayak
Elephant

Elephant

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍‌ ଅଧୀନ ଆକୁଳ ମୁଣ୍ଡା ସାହି ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟିକୁ ପ୍ରାୟ ୧୦ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।

Advertisment

ହାତୀଟିର ମୃତଦେହ ଯେଉଁ ସ୍ଥାନରେ ପଡ଼ିଛି ସେଠାରେ ଫସଲର ସୁରକ୍ଷା ପାଇଁ ସୋଲାର ବିଦ୍ୟୁତ୍ ପ୍ରବାହିତ ତାର ବିଛା ଯାଇଥିଲା। ହାତୀର ମୃତ୍ୟୁର କାରଣ ସଂପର୍କରେ ବନ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନଥିବା ବେଳେ ବିଦ୍ୟୁତ୍ ଆଘାତରୁ ତା’ର ମୃତ୍ୟୁ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।

ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁର କାରଣ ଜଣାପଡ଼ିବ। ଗତକାଲି ଏହି ଅଞ୍ଚଳରେ ଏକ ୨୫ ଟିକିଆ ହାତୀପଲ ରହିଥିଲେ।

Advertisment

୧୦ ଦିନ ତଳେ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଭାଡ଼ିମରା ଗାଁ ପାଖରେ ଗତକାଲି ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ ୫ ଜଣ ଶିକାରୀ ଙ୍କୁ ଗିରଫ କରିଛି। ବାର୍‌ହା ଶିକାର ପାଇଁ ସେମାନେ ବିଦ୍ୟୁତ୍ ପ୍ରବାହିତ ତାର ବିଛାଇ ଥିବା ବେଳେ ହାତୀଟି ମରି ଯାଇଥିଲା।

Elephant Death