ଗ୍ୟାସ୍ ଲଗାଇ ପାଣି ଗରମ କରିବାକୁ ଯାଇଥିଲେ ମହିଳା। ମାତ୍ର ହଠାତ୍ ଗ୍ୟାସ୍ ବିସ୍ଫୋରଣ ହେଲା। ଏଥିରେ ଏକ ପରିବାରର ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ ଗତକାଲି ଗୁଜରାଟ ରାଜଧାନୀ ଅହମ୍ମଦାବାଦର ଖୋଖରା ଅଞ୍ଚଳରେ ଘଟିଛି।
ଖୋଖରା ଅଞ୍ଚଳରେ ଥିବା ଏକ ତିନି ମହଲା ବିଲ୍ଡିଂ ତୃତୀୟ ମହଲାରେ ଗତକାଲି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏକ ଫ୍ଲାଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ନିଆଁ ଲାଗି ଯିବାରୁ ତାହା ଆଖି ପିଛୁଳାକେ ଚାରି ଆଡ଼େ ବ୍ୟାପି ଯାଇଥିଲା।
Also Read
ନିଆଁ କବଳରେ ପଡ଼ି ଉକ୍ତ ପରିବାରର ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏହାଦେଖି ଅନ୍ୟମାନେ ତୁରନ୍ତ ପ୍ରାଣ ବିକଳରେ ବିଲ୍ଡିଂ ବାହାରକୁ ଚାଲି ଯାଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ତୁରନ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।