Advertisment

ଓଲଟି ପଡ଼ିଲା ଟ୍ରକ୍‌, ଲୋକେ ବୋହି ନେଲେ ସେଓ; ଦେଖନ୍ତୁ ଭିଡିଓ

ଫଳ ବୋଝେଇ ଟ୍ରକ୍‌ଟି ପୂରା ନଷ୍ଟ ହୋଇଯାଇଥିଲେ ବି ଏଥିରେ ଥିବା ଡ୍ରାଇଭର ଓ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Apple

Apple

ପୋଲ ତଳକୁ ଓଲଟି ପଡ଼ିଲା ସେଓ ବୋଝେଇ ଟ୍ରକ। ପାଣିରେ ପଶି ଲୋକେ ମନ ଇଚ୍ଛା ବୋହି ନେଲେ ସେଓ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଡାହାଲାରେ।

Advertisment
Appleପୋଲ ତଳେ ଏମିତି ପଡ଼ିଥିଲା ସେଓ ପ୍ୟାକେଟ

ଟ୍ରକ୍‌ଟି ଦିଲ୍ଲୀରୁ ସେଓ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ଟି ଯାଉଥିବା ବେଳେ ଡାହାଲା ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍‌ର ସାଇଡ୍ ୱାଲକୁ ଧକ୍କା ଦେଇଥିଲେ। ଟ୍ରକ୍‌ଟି ସାଇଡ ୱାଲକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଏହାର ଡାଲା ଓ କ୍ୟାବିନ ପୋଲ ତଳକୁ ଖସି ପଡ଼ିଥିଲା। କେବଳ ଚେଚିସ୍‌ ବ୍ରିଜ୍‌ ଉପରେ ରହିଥିଲା।

Truckଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ର ଚେସିସ

ଟ୍ରକ୍‌ର ଡାଲା ପୋଲ ତଳେ ପଡ଼ି ଯିବାରୁ ଏଥିରେ ଥିବା ସେଓ ପ୍ୟାକେଟ ଗୁଡ଼ିକ ନଷ୍ଟ ହୋଇଯାଇଥିଲା ଓ ହଜାର ହଜାର ସେଓ ପାଣିରେ ଭାସିଥିଲା। ଦୁର୍ଘଟଣା ଯୋଗୁ ଜମା ହୋଇଥିବା ଲୋକେ ପାଣିରେ ପଶି ସେଓ ବୋହି ନେଇଥିଲେ। ପୁଲିସ୍ ପହଞ୍ଚି ଥିଲେ ବି ଲୋକେ ସେମାନଙ୍କୁ ଖାତିର ନ କରି ସେଓ ନେଇ ଯାଇଥିଲେ। କିଛି ସେଓ ପ୍ୟାକେଟକୁ ସୁରକ୍ଷିତ ଭାବେ ଉଦ୍ଧାର କରି ରାସ୍ତା ଉପରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଟ୍ରକ୍‌ଟିରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସେଓ ଥିଲା ବୋଲି ଜଣାପଡ଼ିଛି।

Advertisment

ଫଳ ବୋଝେଇ ଟ୍ରକ୍‌ଟି ପୂରା ନଷ୍ଟ ହୋଇଯାଇଥିଲେ ବି ଏଥିରେ ଥିବା ଡ୍ରାଇଭର ଓ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି।

ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ