Apple
ପୋଲ ତଳକୁ ଓଲଟି ପଡ଼ିଲା ସେଓ ବୋଝେଇ ଟ୍ରକ। ପାଣିରେ ପଶି ଲୋକେ ମନ ଇଚ୍ଛା ବୋହି ନେଲେ ସେଓ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଡାହାଲାରେ।
ପୋଲ ତଳେ ଏମିତି ପଡ଼ିଥିଲା ସେଓ ପ୍ୟାକେଟଟ୍ରକ୍ଟି ଦିଲ୍ଲୀରୁ ସେଓ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ଟି ଯାଉଥିବା ବେଳେ ଡାହାଲା ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍ର ସାଇଡ୍ ୱାଲକୁ ଧକ୍କା ଦେଇଥିଲେ। ଟ୍ରକ୍ଟି ସାଇଡ ୱାଲକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଏହାର ଡାଲା ଓ କ୍ୟାବିନ ପୋଲ ତଳକୁ ଖସି ପଡ଼ିଥିଲା। କେବଳ ଚେଚିସ୍ ବ୍ରିଜ୍ ଉପରେ ରହିଥିଲା।
ଦୁର୍ଘଟଣାଗ୍ରସ୍ତ ଟ୍ରକ୍ର ଚେସିସଟ୍ରକ୍ର ଡାଲା ପୋଲ ତଳେ ପଡ଼ି ଯିବାରୁ ଏଥିରେ ଥିବା ସେଓ ପ୍ୟାକେଟ ଗୁଡ଼ିକ ନଷ୍ଟ ହୋଇଯାଇଥିଲା ଓ ହଜାର ହଜାର ସେଓ ପାଣିରେ ଭାସିଥିଲା। ଦୁର୍ଘଟଣା ଯୋଗୁ ଜମା ହୋଇଥିବା ଲୋକେ ପାଣିରେ ପଶି ସେଓ ବୋହି ନେଇଥିଲେ। ପୁଲିସ୍ ପହଞ୍ଚି ଥିଲେ ବି ଲୋକେ ସେମାନଙ୍କୁ ଖାତିର ନ କରି ସେଓ ନେଇ ଯାଇଥିଲେ। କିଛି ସେଓ ପ୍ୟାକେଟକୁ ସୁରକ୍ଷିତ ଭାବେ ଉଦ୍ଧାର କରି ରାସ୍ତା ଉପରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଟ୍ରକ୍ଟିରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସେଓ ଥିଲା ବୋଲି ଜଣାପଡ଼ିଛି।
ଫଳ ବୋଝେଇ ଟ୍ରକ୍ଟି ପୂରା ନଷ୍ଟ ହୋଇଯାଇଥିଲେ ବି ଏଥିରେ ଥିବା ଡ୍ରାଇଭର ଓ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି।
ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Apple_1727179192.jpg)