Advertisment

Accident: କେନାଲ ଭିତରକୁ ପଶିଗଲା ଅଶ୍ରୁମୋଚନଙ୍କ କାର

ଦୁର୍ଘଟଣାଗ୍ରସ୍ତ କାରରୁ ଅଶ୍ରୁମୋଚନ ବାହାରିବା ପରେ ସେ ଶୁଟିଂ ସାରି ଫେରୁଥିବା ଜାଣିବା ପରେ କେହି କେହି ଭାବିଥିଲେ ଯେ ତାଙ୍କ ଆଖି ଲାଗିଯାଇଥାଇପାରେ। ତେବେ ସେ ଏହାକୁ ଖଣ୍ଡନ କରିଛନ୍ତି।

author-image
Jitendra Garnayak
Accident

ଦୁର୍ଘଟଣାଗ୍ରସ୍ତ କାର ଓ ଅଶ୍ରୁମୋଚନ

ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର ଦୁର୍ଘଟଣାଗ୍ରସ୍ତ। କେନାଲ ଭିତରକୁ ପଶିଗଲା ତାଙ୍କ କାର। ହେଲେ ଅଳ୍ପକେ ବର୍ତ୍ତିଗଲେ ଅଶ୍ରୁମୋଚନ। ସେ ନିଜେ କାର ଚଲାଉଥିଲେ। ଆଜି ସକାଳେ ଭୁବନେଶ୍ୱରରେ ଘଟିଛି ଏହି ଘଟଣା।

Advertisment

ଅଶ୍ରୁମୋଚନ ଶୁଟିଂ ସାରି କଟକରୁ ଭୁବନେଶ୍ୱରର କଳାରାହଙ୍ଗ ସ୍ଥିତ ନିଜ ବାସଭବନକୁ ଫେରୁଥିବା ବେଳେ ପଟିଆ ନୂଆ ରେଳ ଷ୍ଟେସନ ପାଖ କେନାଲକୁ ଖସି ଯାଇଥିଲା ତାଙ୍କ କାର। 

ଅଶ୍ରୁମୋଚନଙ୍କ କହିବା ଅନୁସାରେ ହଠାତ୍ ଏକ କୁକୁର ତାଙ୍କ କାର ସାମ୍ନାକୁ ଆସି ଯାଇଥିଲା। କୁକୁରକୁ ବଞ୍ଚାଇବା ପାଇଁ ସେ ଷ୍ଟିୟରିଂ ବୁଲାଇ ଦେଇଥିଲେ ଫଳରେ କାର କେନାଲକୁ ଖସି ଯାଇଥିଲା। କାରଟି କେନାଲ ଭିତରକୁ ପଶିଯାଇଥିଲେ ସୁଦ୍ଧା ଏହା ଓଲଟି ନଥିଲା। କାରର ସେମିତି କିଛି କ୍ଷତି ହୋଇନଥିବା ବେଳେ ଅଶ୍ରୁମୋଚନ ମଧ୍ୟ ଅକ୍ଷତ ରହିଛନ୍ତି। ସେହିପରି କେନାଲରେ ପାଣି ବହୁତ କମ୍‌ ଥିବାରୁ ସେ ବର୍ତ୍ତି ଗଲେ ବୋଲି ଆଲୋଚନା ହେଉଛି। ଦୁର୍ଘଟଣାର କିଛି ସମୟ ପରେ ଏକ କ୍ରେନ ଆସି କାର୍‌ଟିକୁ କେନାଲରୁ ବାହାର କରିଥିଲା।

Advertisment

ଦୁର୍ଘଟଣାଗ୍ରସ୍ତ କାରରୁ ଅଶ୍ରୁମୋଚନ ବାହାରିବା ପରେ ସେ ଶୁଟିଂ ସାରି ଫେରୁଥିବା ଜାଣିବା ପରେ କେହି କେହି ଭାବିଥିଲେ ଯେ ତାଙ୍କ ଆଖି ଲାଗିଯାଇଥାଇପାରେ। ତେବେ ସେ ଏହାକୁ ଖଣ୍ଡନ କରିଛନ୍ତି। କୁକୁରକୁ ବଞ୍ଚାଇବାକୁ ଯାଇ ତାଙ୍କ କାର କେନାଲ ଭିତରକୁ ଖସିଗଲା ବୋଲି ସେ କହିଛନ୍ତି।