Advertisment

ଏଏସ୍‌ପି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପରଲୋକ

ଅସୁସ୍ଥ ଅନୁଭବ କରିବାରୁ ଡ୍ରାଇଭରଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ଏଏସ୍‌ପି।

ଅଦ୍ୟତନ ହୋଇଛି
Suresh Panigrahee

Suresh Panigrahee

Advertisment

ଅନୁଗୋଳ ଜିଲ୍ଲାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ଭାବେ କାର୍ଯ୍ୟ କରୁଥିବା ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କର ଗୁରୁବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।

Advertisment

ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ନିଜ ଡ୍ରାଇଭରଙ୍କ ସହ ସେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏଏସ୍‌ପି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ମୃତ୍ୟୁ ଖବର ପାଇ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ସହ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ସୁଧାଂଶୁ ଶେଖର ମିଶ୍ର ଓ ଅନ୍ୟ ପୁଲିସ ଅଧିକାରୀ ଏବଂ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ।

Advertisment

ଅନୁଗୋଳରୁ ବିରଜା ପ୍ରସାଦ ଦାଶଙ୍କ ରିପୋର୍ଟ 

Odisha Police Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe