Advertisment

ପିକ୍‌ନିକ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୧୪ ଜୀବନ

ଏକ ପିକ୍‌ନିକ୍‌ ବସ୍‌ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି।

Accident

Accident

Advertisment

ଆସାମ ଜୋରହାଟ ଜିଲ୍ଲା ଦେରଗାଓଁ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ନିକ୍‌ ବସ୍‌ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୭ ଜଣ ଗୁରୁତର ହୋଇଛନ୍ତି।

Advertisment

ପ୍ରାୟ ୪୫ ଯାତ୍ରୀଙ୍କୁ ଧରି ଏକ ପିକ୍‌ନିକ୍‌ ବସ୍‌ ଆସାମର ଟିନସୁକିଆସ୍ଥିତ ଟିଲିଙ୍ଗା ମନ୍ଦିର ଅଭିମୁଖେ ଯାତ୍ରା କରୁଥିଲା। ଆଜି ଭୋର ପ୍ରାୟ ୫ଟା ବେଳେ ଦେରଗାଓଁ ନିକଟରେ ବସ୍‌ଟି ସହ ଏକ କୋଇଲା ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ପହଞ୍ଚି ତୁରନ୍ତ ଗୁରୁତର ୨୭ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଏଥିସହ ବସ୍‌ ମଧ୍ୟରୁ ୧୪ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। 

Assam Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe