Advertisment

ଗୁହାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ୫୦ରୁ ଊର୍ଦ୍ଧ୍ୱ ଛେଳି ଜଳିଗଲେ

ଖଲ୍ଲିକୋଟ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା। ସେତେବେଳକୁ ଗୁହାଳଟି ପ୍ରାୟତଃ ପୋଡ଼ି ଯାଇଥିଲା। ନିଆଁରେ ପୋଡ଼ିହୋଇ ୫୦ରୁ ୬୦ ଛେଳିଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଅନେକ ଛେଳି ଆହତ ମଧ୍ୟ ହୋଇଛନ୍ତି।

Ganjam

Ganjam

Advertisment

ଛେଳି ଗୁହାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ନିଆଁରେ ପୋଡି ହୋଇ ୫୦ରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କଙ୍କେଇ ଗାଁରେ। 

Advertisment

କଙ୍କେଇ ଗାଁର ବି.ଗୋପୀ ପାତ୍ର ନିଜ ଗୁହାଳ ଘରେ ୧୦୦ରୁ ଅଧିକ ଛେଳି ବାନ୍ଧିଥିଲେ। ଆଜି ଅପରାହ୍ନ ସମୟରେ କୌଣସି ଦୁର୍ବୃତ୍ତ ଆସି ଛେଳି ଗୁହାଳ ଘରେ ନିଆଁ ଲଗାଇ ଦେଇଥିଲା। ଛେଳି ଗୁହାଳଟି ଗାଁଠାରୁ କିଛି ଦୂରରେ ଥିବାରୁ ନିଆଁ ଲାଗିବା ଖବର ବହୁ ବିଳମ୍ବରେ ପାଇଥିଲେ ଗୋପୀ ପାତ୍ର। ନିଆଁ ଛାତରେ ପହଞ୍ଚିଲା ବେଳକୁ ଅବସ୍ଥା ସଙ୍ଗୀନ ହୋଇଥିଲା।

ଖବରପାଇ ଖଲ୍ଲିକୋଟ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା। ସେତେବେଳକୁ ଗୁହାଳଟି ପ୍ରାୟତଃ ପୋଡ଼ି ଯାଇଥିଲା। ନିଆଁରେ ପୋଡ଼ିହୋଇ ୫୦ରୁ ୬୦ ଛେଳିଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଅନେକ ଛେଳି ଆହତ ମଧ୍ୟ ହୋଇଛନ୍ତି। ପୂର୍ବ ଶତ୍ରୁତା କେହି ନିଆଁ ଲଗାଇଥିବା ଛେଳି ମାଲିକ କହିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ଖଲିକୋଟରୁ ଶିଲୁ ବିଶ୍ୱାଳ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe