Advertisment

ଅଟୋ-ଟ୍ରାକ୍ଟର ଧକ୍କା: ଜଣେ ମୃତ, ୫ ଆହତ

ଯାତ୍ରୀବାହୀ ଅଟୋ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
sambalpur

sambalpur

ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ କୁକୁଡ଼ାପାଲି ପଞ୍ଚାୟତ ଗିରିପାଲି ଛକରେ ଘଟିଛି ଦୁର୍ଘଟଣା। ଯାତ୍ରୀବାହୀ ଅଟୋ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମୃତାହତ ମାନେ କୁସନପୁରୀ ଗାଁର। ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନେ ସମ୍ବଲପୁର ସହରକୁ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁକୁ ଫେରୁଥିଲା ବେଳେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ ଟ୍ରାକ୍ଟରକୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ। ଖବର ପାଇ ଶାସନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ଅଟୋଟି ଚୁରମାର ହୋଇଯାଇଛି।

Advertisment
Roadaccident