Advertisment

ଅଟୋ-ଟ୍ରକ ମୁଁହାମୁଁହି ଧକ୍କା: ୩ ମୃତ, ୫ ଆହତ

ଅଟକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଟ୍ରକ

author-image
Biswajit Samal
ଅଦ୍ୟତନ ହୋଇଛି
Road accident

Road accident

ଅଟୋକୁ ପିଟିଲା ଟ୍ରକ। ଘଟଣା ସ୍ଥଳରେ ୩ ମୃତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଅଟୋରେ ଯାଉଥିବା ଯାତ୍ରୀମାନେ ବନ୍ଧୁ ଘରକୁ ଦଶାହ କର୍ମରେ ଯୋଗଦେବା ପାଇଁ ଯାଉଥିଲେ।

Advertisment

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡ଼େଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ରାଇଘରରୁ ଛତିଶଗଡ଼ ପଟକୁ ଯାଇଥିଲା। ଏହି ସମୟରେ ଅଟୋ ବୋରେଇ ଗ୍ରାମରୁ କିଛି ଲୋକ ରାଇଘର ନିକଟସ୍ଥ ଧୋଡ୍ରା ପାରାକୁ ଯାଉଥିଲେ। ଠିକ୍‌ ଏହି ସମୟ ରେ ଯୋଡ଼ିଙ୍ଗା ନିକଟରେ ଅଟକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଟ୍ରକ। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୫ଜଣ ଗୁରୁତର ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଜଣେ ଦୁଇବର୍ଷର ଶିଶୁ ସହ ୫ ଜଣ ଲୋକ ଗୁରୁତର ଆହାତ ହୋଇଛନ୍ତି। ମୃତକ ମାନଙ୍କୁ ଯୋଡ଼ିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସା ଚାଲିଛି। ତେବେ ଖବର ପାଇ ଘଟଣା ସ୍ଥଳରେ ରାଇଘର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ଉମରକୋଟର ପୂର୍ବତନ ବିଜେଡି ବିଧାୟକ ସୁବାସ ଗଣ୍ଡ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Advertisment
Accident