Advertisment

ଜନ୍ମ ପରେ ମରିଗଲା ଛୁଆ, ରାତି ସାରା ଜଗିଲା ମାଆ

ରବିବାର ରାତିରେ ଗୋଟିଏ ହାତୀ ପଲ ଯୋଡା ବିଟ୍‌ ଡଡୁଆଁ ଗାଁ ନିକଟରେ ଘୂରି ବୁଲୁଥିଲା। ସେହି ପଲରେ ଥିବା ଗୋଟିଏ ମାଈ ହାତୀ ଅଣ୍ଡିରା ଛୁଆ ଜନ୍ମ ଦେଇଥିଲା। ଜନ୍ମ ନେବାର କିଛି ସମୟ ପରେ ହାତୀ ଛୁଆର ମୃତ୍ୟୁ ଘଟିଥିଲା।

Elephant

Elephant

Advertisment

ଜନ୍ମ ପରେ ମରିଗଲା ଛୁଆ। ରାତି ସାରା ଜଗି ରହିଲା ମାଆ। ଛୁଆର ମୃତଦେହ ପାଖରେ ଘୂରି ବୁଲିଲା। ଚିତ୍କାର କରୁଥିଲା। ଆଜି ସକାଳେ ବନ ବିଭାଗ କର୍ମଚାରୀମାନେ ଘଉଡାଇବା ପରେ ଛୁଆକୁ ଛାଡ଼ି ମାଆ ଓ ଅନ୍ୟ ହାତୀମାନେ ଜଙ୍ଗଲକୁ ଯାଇଥିଲେ। ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ରବିବାର ରାତିରେ ଗୋଟିଏ ହାତୀ ପଲ ଯୋଡା ବିଟ୍‌ ଡଡୁଆଁ ଗାଁ ନିକଟରେ ଘୂରି ବୁଲୁଥିଲା। ସେହି ପଲରେ ଥିବା ଗୋଟିଏ ମାଈ ହାତୀ ଅଣ୍ଡିରା ଛୁଆ ଜନ୍ମ ଦେଇଥିଲା। ଜନ୍ମ ନେବାର କିଛି ସମୟ ପରେ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ଛୁଆ ମୃତ୍ୟୁ ପରେ ମାଆ ହାତୀ ଓ ତାଙ୍କ ସାଥୀମାନେ ସେହି ସ୍ଥାନ ଛାଡ଼ି ଯାଇନଥିଲେ। ରାତି ସାରା ଜଗି ରହିଥିଲେ। ମଝିରେ ମଝିରେ କାନ୍ଦୁଥିଲା ମାଆ ହାତୀ! ଆଉ ଚିତ୍କାର କରୁଥିଲା।

ହାତୀ ଛୁଆର ମୃତ୍ୟୁ ସମ୍ପର୍କରେ ଜାଣିପାରି ସ୍ଥାନୀୟ ଲୋକେ ଆଜି ସକାଳେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଏସିଏଫ୍‌ ଅଶୋକ କୁମାର ଦାସ, ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆ ଓ ଅନ୍ୟ ବନ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ମାଆ ହାତୀ ଥିବା ଦେଖିବାକୁ ପାଇଥିଲେ। ପରେ କୌଶଳ କରି ମାଆ ହାତୀ ଓ ତାଙ୍କ ସାଥୀଙ୍କୁ ଘଉଡାଇ ଥିଲେ। ହାତୀ ପଲ ନିକଟସ୍ଥ ଡଡୁଆଁ ଜଙ୍ଗଲକୁ ଗଲା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। କିନ୍ତୁ କେଉଁ କାରଣରୁ ହାତୀ ଛୁଆର ମୃତ୍ୟୁ ହେଲା, ତାହା ଜଣାପଡ଼ି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe