ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ୫୧.୩୭କୋଟି ଟଙ୍କାର କ୍ଷତିପୂରଣ ଦେଇଛି ରେଳବାଇ

ବିଜେଡି ସାଂସଦ ସୁଲତା ଦେଓ ଓ ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ କ୍ଷତିପୂରଣ ଓ ଅନୁକମ୍ପାମୂଳକ ରାଶି ବାବଦରେ ମୋଟ ୫୧.୩୭କୋଟି ଟଙ୍କା ପ୍ରଦାନ କରାଯାଇଛି।

ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ

  • Published: Friday, 15 December 2023
  • , Updated: 15 December 2023, 10:07 PM IST

ବାଲେଶ୍ୱରର ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ମୋଟ ୫୧.୩୭କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି । ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟ ଓ ଆହତଙ୍କୁ ଏହି କ୍ଷତିପୂରଣ ଦିଆଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଆଜି ଶୁକ୍ରବାର ରାଜ୍ୟସଭାରେ ଲିଖିତ ଉତ୍ତର ଉପସ୍ଥାପନ କରିଛନ୍ତି ।

ବିଜେଡି ସାଂସଦ ସୁଲତା ଦେଓ ଓ ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ କ୍ଷତିପୂରଣ ଓ ଅନୁକମ୍ପାମୂଳକ ରାଶି ବାବଦରେ ମୋଟ ୫୧.୩୭କୋଟି ଟଙ୍କା ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୋଟ ୨୯୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୨୦୦ ଆହତ ହୋଇଥିଲେ । ମୃତ ଯାତ୍ରୀଙ୍କ ମଧ୍ୟରୁ ୨୮ଜଣଙ୍କ ସମ୍ପର୍କରେ କୌଣସି ତଥ୍ୟ ନମିଳିବାରୁ ଦୀର୍ଘ ପ୍ରାୟ ୫ମାସ ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ ସମ୍ପୃକ୍ତ ଶବ ସଂସ୍କାର କରାଯାଇଥିଲା ।

ସୂଚନାଯୋଗ୍ୟ, ଜୁନ୍ ୨ତାରିଖରେ ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଯଶବନ୍ତପୁର-ହାୱାଡା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ସିବିଆଇ ଏହି ଟ୍ରେନ ଦୁର୍ଘଟଣାର ତଦନ୍ତ କରି ୩ଜଣଙ୍କୁ ଗିରଫ କରିଛି । ଏହାସହିତ ୨୦୨୩ ସେପ୍ଟେମ୍ବର ମାସରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ।

Related story