Advertisment

ପରିଚୟ ଖୋଜୁଛି ୨୯ ମୃତଦେହ

ଏମ୍‌ସରେ ଥିବା ୮୧ ଅଚିହ୍ନା ମୃତଦେହ ଭିତରୁ ୫୨ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ୧୦୩ ଦାବିଦାରଙ୍କ ଡିଏନଏ ସାମ୍ପୁଲକୁ ମ୍ୟାଚିଂ ପାଇଁ ପଠା ଯାଇଥିଲା।

author-image
Manoranjan Sial
Bahanaga Train Accident

Bahanaga Train Accident

ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଦୁଇ ମାସ ପୂରିବାକୁ ଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ୨୯ ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ଅଚିହ୍ନା ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ରଖାଯାଇଛି। ଚଳିତ ସପ୍ତାହରେ ଆସିବ ଶେଷ ପର୍ଯ୍ୟାୟ ଡିଏନ୍‌ଏ ମ୍ୟାଚିଙ୍ଗ ରିପୋର୍ଟ। ସେଥିରୁ ଅତି ବେଶୀରେ ଆଉ ଦୁଇ ତିନୋଟି ମରଶରୀରର ସାମ୍ପୁଲ ମ୍ୟାଚ କରିପାରେ ବୋଲି ଏମ୍‌ସ ଭୁବନେଶ୍ଵର ଅଧିକ୍ଷକ ପ୍ରଫେସର ଡାକ୍ତର ଦିଲ୍ଲୀପ ପରିଡା କହିଛନ୍ତି।

Advertisment

ଏମ୍‌ସରେ ଥିବା ୮୧ ଅଚିହ୍ନା ମୃତଦେହ ଭିତରୁ ୫୨ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ୧୦୩ ଦାବିଦାରଙ୍କ ଡିଏନଏ ସାମ୍ପୁଲକୁ ମ୍ୟାଚିଂ ପାଇଁ ପଠା ଯାଇଥିଲା। ଡିଏନଏ ସାମ୍ପୁଲ ମ୍ୟାଚ ହେବା ପରେ ରେଳ ବିଭାଗ ସାହାୟତାରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଦାବିଦାର ନଥିବା ମୃତଦେହ ଗୁଡ଼ିକୁ କ'ଣ କରାଯିବ ସେ ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାର ନେବେ ବୋଲି ପ୍ରଫେସର ଦିଲ୍ଲୀପ ପରିଡ଼ା କହିଛନ୍ତି।

ସୂଚନାରୁ ପ୍ରକାଶ, ଦୁଇ ମାସ ତଳେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ୍‌ରେ ଘଟିଥିଲା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଲୋପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍‌ରେ ବାଙ୍ଗରୁରୁ-ସାଲିମାର ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍‌ ଉପରେ ପଡ଼ିଥିଲା। ଯାହାଫଳରେ ୩୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ସମଗ୍ର ଦେଶରେ ଆଲୋଡ଼ନ ଖେଳାଇ ଦେଇଥିଲା।

Advertisment
Train Accident