Advertisment

ବିଡିଓଙ୍କ ଗାଡ଼ି ଧକ୍କାରେ ଜଣେ ମୃତ

ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ।

Scooty

Scooty

Advertisment

ବିଡିଓଙ୍କ ଗାଡ଼ି ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନ୍ତ୍ରୀମୁଣ୍ଡା ଠାରେ ଘଟିଛି ଏହି ଦୁର୍ଘଟଣା।

Advertisment

ମୃତ ବ୍ୟକ୍ତିଙ୍କ ନାଁ ଶଙ୍କର ମୁଣ୍ଡା। ତାଙ୍କ ଘର ଡୁଲେଶରା ଗାଁରେ। ସେ ସ୍କୁଟିରେ ଯାଉଥିବା ବେଳେ କୁସୁମୀରୁ କୁଚିଣ୍ଡା ଅଭିମୁଖେ ଆସୁଥିବା ବିଡିଓଙ୍କ ବୋଲେରୋ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଶଙ୍କର ମୁଣ୍ଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ମୃତଦେହକୁ ଜବତ କରି କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ପଠାଇଥିବା ବେଳେ ବିଡିଓଙ୍କ ସରକାରୀ ଗାଡ଼ି ଓ ଡ୍ରାଇଭରଙ୍କୁ ଅଟକ ରଖିଛି। ତେବେ ଏହି ଘଟଣା ନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe