Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଭାଲୁର ଜୀବନ

ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଜନବସତି ମୁହାଁ ହୋଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶ ଆସିଯାଇଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bear

Bear

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମାଈ ଭାଲୁର ଜୀବନ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ବନ ବିଭାଗର କର୍ମଚାରୀ ପହଞ୍ଚି ଭାଲୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Advertisment

ଗତକାଲି ରାତିରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଜନବସତି ମୁହାଁ ହୋଇଥିଲା। ଏହି ସମୟରେ ମାଲକାନଗିରି ବ୍ଲକ MV-17 ନମ୍ବର ଗାଁର ଶିବ ମନ୍ଦିର ନିକଟ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଭାଲୁଟି ଆସିଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଜନବସତି ମୁହାଁ ହୋଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶ ଆସିଯାଇଥିବା ସନ୍ଦେହ କରାଯାଉଛି। ତେବେ ଭାଲୁର ମୃତ୍ୟୁ ନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Malkangiri