Advertisment

ଭାଲୁ ହାବୁଡ଼ରେ ପଡ଼ିଗଲେ ୩ ମହିଳା, ଅବସ୍ଥା ଗୁରୁତର

ନୂଆପଡ଼ା ସହରରେ ଦେଖା ଦେଇଛି ଭାଲୁ ଆତଙ୍କ । ଆଜି ଭୋରରୁ ଭାଲୁ ଆକ୍ରମଣରେ ୩ ମହିଳା ଗୁରୁତର ଆହତ ହୋଇଛନ୍ତି ।

Bear

Bear

Advertisment

ନୂଆପଡ଼ା ସହରରେ ଦେଖା ଦେଇଛି ଭାଲୁ ଆତଙ୍କ । ଆଜି ଭୋରରୁ ଭାଲୁ ଆକ୍ରମଣରେ ୩ ମହିଳା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣାଯାଇଛି। 

Advertisment

 ଆଜି ସକାଳେ ଏସପି ଅଫିସ ସମ୍ମୁଖ ସିଂକଲୋନୀର ମୁଖୀ ମହାରଥା(୫୬) ଫୁଳ ତୋଳିବାକୁ ଯାଇଥିଲେ । ଏହି ସମୟରେ ଭାଲୁ ହଠାତ ଆସି ମହିଳାଙ୍କୁ ଆକ୍ରମଣ କରିବାରୁ ସେ ଚିତ୍କାର କରିଥିଲେ । ଏହି ଚିତ୍କାର ଶୁଣି ପରିବାର ଲୋକେ ଭାଲୁକୁ ଘଉଡ଼ାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ମହିଳାଙ୍କ ପରିବାର ଲୋକେ ଭାଲୁକୁ ଘଉଡାଇବାରୁ ଜାତୀୟ ରାଜପଥ ୩୫୩ ଉପରକୁ ଚାଲି ଆସିଥିଲା । ସେଠାରେ ଏନଏସିର ସଫେଇ କର୍ମଚାରୀ ରାଜପଥରେ ସଫେଇ କାମ କରୁଥିବା ବେଳେ ଭାଲୁଟି ଉଭୟଙ୍କୁ ଆକ୍ରମଣ କରିଥିଲା। ଏହି ଦୁଇ ସଫେଇ କର୍ମଚାରୀ ହେଲେ ଗୀତ ନେତାମ ଓ ହୀନା ସୁନାନୀ । 

Advertisment

ଉଭୟଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଭାଲୁ ଆତଙ୍କରେ ସହରବାସୀ ଆତଙ୍କିତ ହୋଇ ପଡିଛନ୍ତି ।

 ଏହାବାଦ ଆଜି ସକାଳେ ବଲାଙ୍ଗିରର ଜିଲ୍ଲା ତୁରେକେଲା ବ୍ଲକ ଲର୍କୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ବ୍ୟକ୍ତିଜଣକ ଭୋର ୪ଟାରେ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Bear Attack Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe