Advertisment

ଏକାଧିକ ଗାଡ଼ିକୁ ଧକ୍କା ଦେଲା ବସ୍, ଗୋଟିଏ ହାତରେ ଗାଡ଼ି ଚଲାଉଥିଲେ ଡ୍ରାଇଭର

ବସ୍ ଭିତରେ ଲାଗିଥିବା ସିସିଟିଭି ଭିଡିଓରେ ପୂରା ଦୃଶ୍ୟ କଏଦ ହୋଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
CCTV Footage

CCTV Footage

ଫ୍ଲାଏଓଭରରେ ନିୟନ୍ତ୍ରଣ ହରାଇ ଏକାଧିକ କାର୍ ଓ ବାଇକକୁ ଧକ୍କା ଦେଇଛି ଏକ ସରକାରୀ ବସ୍। ଟ୍ରାଫିକରେ ପଛକୁ ପଛ ଗାଡି ଜାମ୍ ହୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବସ୍ ଭିତରେ ଲାଗିଥିବା ସିସିଟିଭି ଭିଡିଓରେ ପୂରା ଦୃଶ୍ୟ କଏଦ ହୋଇଛି।

Advertisment

ସୂଚନା ଅନୁସାରେ, ବେଙ୍ଗାଲୁରର ହେବାଲ ଫ୍ଲାଏଓଭରରେ ଏହି ଦୁର୍ଘଟଣା ଘଟିଛି। ଭିଡିଓ ଅନୁସାରେ, ଫ୍ଲାଏଓଭରରେ ଭିଡ଼ ମଧ୍ୟରେ ଗୋଟିଏ ପରେ ଗୋଟିଏ ଗାଡ଼ି ପାସ୍ କରୁଛି। ଏହି ସମୟରେ ଏକ ସରକାରୀ ବସ୍ ଡ୍ରାଇଭର ଗୋଟିଏ ହାତରେ ଗାଡ଼ି ଚଲାଉଛନ୍ତି।

କିଛି ବାଟ ଯିବା ପରେ ନିୟନ୍ତ୍ରଣ ହରାଇ ବାଇକ୍ ଓ କାରକୁ ଧକ୍କା ଦେଉଥିବା ଦେଖିବାକୁ ମିଳୁଛି। ଏପରିକି ବସରେ ଥିବା କଣ୍ଡକ୍ଟର ଦୌଡ଼ି ଆସି ତାଙ୍କୁ କାହିଁକି ବ୍ରେକ୍ ମାରୁନାହଁ ବୋଲି କହୁଛନ୍ତି। କିନ୍ତୁ ଡ୍ରାଇଭର ଜଣକ ଅତି ବେପରୁଆ ଭାବେ ଗୋଟିଏ ହାତରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି।

Advertisment

ଏଥିରେ ଦୁଇ ଜଣ ବାଇକ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଅଛି। ସେହିପରି କାର୍ ଏବଂ ବସ୍ କାଚ ମଧ୍ୟ ଭାଙ୍ଗି ଯାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି। 

Bengaluru Accident Accident Bus Accident Video