ଫ୍ଲାଏଓଭରରେ ନିୟନ୍ତ୍ରଣ ହରାଇ ଏକାଧିକ କାର୍ ଓ ବାଇକକୁ ଧକ୍କା ଦେଇଛି ଏକ ସରକାରୀ ବସ୍। ଟ୍ରାଫିକରେ ପଛକୁ ପଛ ଗାଡି ଜାମ୍ ହୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବସ୍ ଭିତରେ ଲାଗିଥିବା ସିସିଟିଭି ଭିଡିଓରେ ପୂରା ଦୃଶ୍ୟ କଏଦ ହୋଇଛି।
ସୂଚନା ଅନୁସାରେ, ବେଙ୍ଗାଲୁରର ହେବାଲ ଫ୍ଲାଏଓଭରରେ ଏହି ଦୁର୍ଘଟଣା ଘଟିଛି। ଭିଡିଓ ଅନୁସାରେ, ଫ୍ଲାଏଓଭରରେ ଭିଡ଼ ମଧ୍ୟରେ ଗୋଟିଏ ପରେ ଗୋଟିଏ ଗାଡ଼ି ପାସ୍ କରୁଛି। ଏହି ସମୟରେ ଏକ ସରକାରୀ ବସ୍ ଡ୍ରାଇଭର ଗୋଟିଏ ହାତରେ ଗାଡ଼ି ଚଲାଉଛନ୍ତି।
କିଛି ବାଟ ଯିବା ପରେ ନିୟନ୍ତ୍ରଣ ହରାଇ ବାଇକ୍ ଓ କାରକୁ ଧକ୍କା ଦେଉଥିବା ଦେଖିବାକୁ ମିଳୁଛି। ଏପରିକି ବସରେ ଥିବା କଣ୍ଡକ୍ଟର ଦୌଡ଼ି ଆସି ତାଙ୍କୁ କାହିଁକି ବ୍ରେକ୍ ମାରୁନାହଁ ବୋଲି କହୁଛନ୍ତି। କିନ୍ତୁ ଡ୍ରାଇଭର ଜଣକ ଅତି ବେପରୁଆ ଭାବେ ଗୋଟିଏ ହାତରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି।
ଏଥିରେ ଦୁଇ ଜଣ ବାଇକ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଅଛି। ସେହିପରି କାର୍ ଏବଂ ବସ୍ କାଚ ମଧ୍ୟ ଭାଙ୍ଗି ଯାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି।
BMTC Volvo bus driver lost control and caused a series of accidents on the Hebbal flyover in Bengaluru, injuring 4 people, 1 is seriously injured. The bus was en route from the airport to HSR Layout when the accident occurred. pic.twitter.com/g7k6l9fnxH
— Pinky Rajpurohit 🇮🇳 (@Madrassan_Pinky) August 13, 2024