Advertisment

ବସ୍‌ ଡିପୋରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ରୁ ଅଧିକ ଗାଡ଼ି

ବେଙ୍ଗାଲୁରର ବୀରଭଦ୍ରନଗର ବସ୍ ଡିପୋରେ ଆଜି ହଠାତ୍‌ ନିଆଁ ଲାଗି ଯାଇଛି । ଫଳରେ ଘଟଣାସ୍ଥଳରେ ହୁତ୍ ହୁତ୍ ହେଇ ଜଳୁଛି ଏକାଧିକ ବସ୍

ଅଦ୍ୟତନ ହୋଇଛି
Fire IN Bus Dipo

Fire IN Bus Dipo

Advertisment

ଆଖି ପିଛୁଳାକେ ବସ୍‌ ଡିପୋରେ ଲାଗିଲା ନିଆଁ। ଆଉ ଚାହୁଁ ଚାହୁଁ ଛାରଖାର ହୋଇଗଲା ଏକାଧିକ ବସ୍ । ଦେଖୁ ଦେଖୁ ବସ୍‌ଗୁଡ଼ିକ ପାଉଁଶରେ ପରିଣତ ହୋଇଗଲା। ଏପରି ଏକ ଭୟାବହ ଅଗ୍ନିକାଣ୍ଡ ବେଙ୍ଗାଲୁରରେ ଘଟିଛି।

Advertisment

ବେଙ୍ଗାଲୁରର ବୀରଭଦ୍ରନଗର ବସ୍ ଡିପୋରେ ଆଜି ହଠାତ୍‌ ନିଆଁ ଲାଗି ଯାଇଛି । ଫଳରେ ଘଟଣାସ୍ଥଳରେ ହୁତ୍ ହୁତ୍ ହେଇ ଜଳୁଛି ଏକାଧିକ ବସ୍ । ଏହି ଅଘଟଣରେ ଡିପୋରେ ପ୍ରାୟ ୧୦ଟି ବସ୍‌ ଥିବା ବେଳେ ସବୁ ଜଳି ଯାଇଥିବା ଜଣାଯାଇଛି।

ନିଆଁର ପ୍ରଭାବ ଏତେ ଅଧିକ ଯେ ଦୂର ଦୂର ଯାଏଁ ବ୍ୟାପିବାରେ ଲାଗିଛି ନିଆଁ ଓ ଧୂଆଁ । ପରିସ୍ଥିତି ଏମିତି ହୋଇଛି କି ଦୂର ଦୂର ଯାଏଁ ଏହାର ପ୍ରଭାବ ଅନୂଭବ ହୋଇଛିା ଏତେ ବଡ଼ ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ୫ରୁ ଅଧିକ ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ ହୋଇଛନ୍ତି।

Advertisment

Karnataka Bengaluru Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe