Advertisment

ରଥପଦା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୫ଟି ଦୋକାନ

ବାସୁଦେବପୁର ଓ ଧାମରା ଅଗ୍ନିଶମ ବାହିନୀ ପହଞ୍ଚି ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
fire

fire

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୫ଟି ଦୋକାନ ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଏକ ଦୋକାନରେ ନିଆଁ ଲାଗିଯାଇଥିଲା।ପରେ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିଯାଇ ଥିଲା। ରାତି ହୋଇଥିବାରୁ ନିଆଁ ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦୋକାନରୁ ସାମଗ୍ରୀ ବାହାର କରିବାକଷ୍ଟକର ହୋଇପଡିଥିଲା।

ବାସୁଦେବପୁର ଓ ଧାମରା ଅଗ୍ନିଶମ ବାହିନୀ ପହଞ୍ଚି ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଅଧିକ ଧୁଆଁ ବାହାରିକା କାରଣରୁ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବାକୁ କଷ୍ଟକର ହୋଇଥିଲା। ନିଆଁଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

Advertisment
Fire Breakout Bhadrak