ପଥର ଖାଦାନରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ। ଟ୍ୟୁସନ୍ରୁ ଆସି ଗାଧୋଉଥିବା ବେଳେ ବୁଡ଼ିଗଲେ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପୋଖରୀପୁଟ୍ ଅଞ୍ଚଳରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ମୃତ ଛାତ୍ର ଦୁଇ ଜଣ ଗଣ୍ଡମୁଣ୍ଡା ହାଇସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିଲେ।
ଏୟାରଫିଲଡ ଥାନା ଅଞ୍ଚଳରେ ରହିଛି ଏକ ପଥର ଖାଦାନ। ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ଖାଦାନରେ ଅକାତ କାତ ପାଣି ରହିଛି। ଟ୍ୟୁସନ୍ରୁ ଆସିବା ପରେ ପ୍ରକାଶ ମହାରଣା, ଶୁଭମ ଜେନା ଓ ତାଙ୍କର ଦୁଇ ସାଙ୍ଗ ମିଶି ଆଜି ଅପରାହ୍ନରେ ସେହି ଖାଦାନକୁ ଗାଧୋଇବା ପାଇଁ ଯାଇଥିଲେ। କଥାବାର୍ତ୍ତା ହୋଇ ୪ ସାଙ୍ଗ ଗାଧୋଉଥିଲେ। ହଠାତ୍ ଦୁଇ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ଅନ୍ୟ ଦୁଇ ସାଙ୍ଗମାନେ ଏନେଇ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ବର୍ତ୍ତମାନ ଖାଦାନରେ ପ୍ରବଳ ପାଣି ଥିବାରୁ ଉଦ୍ଧାର କରିବାକୁ ସାହାସ କରିପାରିନଥିଲେ ଲୋକେ।
ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ସେଠାରେ ପହଞ୍ଚିଥିଲା। ଦୁଇ ଛାତ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।