Advertisment

ଗାଧୋଇବା ବେଳେ ପଥର ଖାଦାନରେ ବୁଡିଗଲେ ଦୁଇ ଛାତ୍ର

ଦୁଇ ଛାତ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

2 Student died in pond

2 Student died in pond

Advertisment

ପଥର ଖାଦାନରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ। ଟ୍ୟୁସନ୍‌ରୁ ଆସି ଗାଧୋଉଥିବା ବେଳେ ବୁଡ଼ିଗଲେ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପୋଖରୀପୁଟ୍‌ ଅଞ୍ଚଳରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ମୃତ ଛାତ୍ର ଦୁଇ ଜଣ ଗଣ୍ଡମୁଣ୍ଡା ହାଇସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିଲେ।

Advertisment

ଏୟାରଫିଲଡ ଥାନା ଅଞ୍ଚଳରେ ରହିଛି ଏକ ପଥର ଖାଦାନ। ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ଖାଦାନରେ ଅକାତ କାତ ପାଣି ରହିଛି। ଟ୍ୟୁସନ୍‌ରୁ ଆସିବା ପରେ ପ୍ରକାଶ ମହାରଣା, ଶୁଭମ ଜେନା ଓ ତାଙ୍କର ଦୁଇ ସାଙ୍ଗ ମିଶି ଆଜି ଅପରାହ୍ନରେ ସେହି ଖାଦାନକୁ ଗାଧୋଇବା ପାଇଁ ଯାଇଥିଲେ। କଥାବାର୍ତ୍ତା ହୋଇ ୪ ସାଙ୍ଗ ଗାଧୋଉଥିଲେ। ହଠାତ୍‌ ଦୁଇ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ଅନ୍ୟ ଦୁଇ ସାଙ୍ଗମାନେ ଏନେଇ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ବର୍ତ୍ତମାନ ଖାଦାନରେ ପ୍ରବଳ ପାଣି ଥିବାରୁ ଉଦ୍ଧାର କରିବାକୁ ସାହାସ କରିପାରିନଥିଲେ ଲୋକେ।

ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ସେଠାରେ ପହଞ୍ଚିଥିଲା। ଦୁଇ ଛାତ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe