/odisha-reporter/media/post_attachments/uploadimage/library/16_9/16_9_0/IMAGE_1703569333.jpg)
Accident at brick kiln
ବଡ଼ ଦୁର୍ଘଟଣା। ଇଟା ଭାଟିର କାନ୍ଥ ପଡ଼ି ଚାଲିଗଲା ୫ ଶ୍ରମିକଙ୍କ ପ୍ରାଣ। ଆହୁରି ଅନେକ ଶ୍ରମିକ ଭୁଶୁଡି ଯାଇଥିବା କାନ୍ଥ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଆଜି ସକାଳୁ ଉତ୍ତରାଖଣ୍ଡର ରୁଡକିରେ ଏଭଳି କିଛି ଦୁର୍ଘଟଣା ଘଟିଛି।
ମଙ୍ଗଳବାର ରୁଡକିର ଲହବୋଲି ଗାଁରେ ଇଟା ଭାଟିର କାନ୍ଥ ଭୁଶୁଡି ପଡିଥିଲା। ଫଲରେ ସେଠାରେ କାମ କରୁଥିବା କିଛି ଶ୍ରମିକ ଏହି କାନ୍ଥ ତଳେ ଦବି ଯାଇଥିଲେ। ସେହିପରି ୫ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି। ଏବେବି ଆହୁରି ଅନେକ ଶ୍ରମିକ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି।
ସୂଚନା ମୁତାବକ, ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଲା ସେହି ସମୟରେ ଶ୍ରମିକମାନେ ଇଟା ତିଆରି କାମରେ ନିୟୋଜିତ ଥିଲେ। ଇଟା ପୋଡିବା ପାଇଁ ଭାଟିରେ ଏମାନେ ଇଟା ଭରୁଥିଲେ। ସେହି ସମୟରେ ହଠାତ୍ ଇଟା ଭାଟିର କାନ୍ଥ ଭୁଶୁଡି ପଡିଥିଲା। ଜେସିବି ସହାୟତାରେ ମାଟି ତଳେ ଦବି ରହିଥିବା ଶ୍ରମିକଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା ଜାରି ରହିଛି।
ସେପଟେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚିଛି ସ୍ଥିତି ପରଖିଛନ୍ତି। ଚିକିତ୍ସା ବିଭାଗର ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
