Advertisment

ବିହାର ରେଳ ଦୁର୍ଘଟଣା; ଦୁଇ ଟ୍ରେନ୍‌ ବାତିଲ, ବଦଳିଲା ବହୁ ଟ୍ରେନ୍‌ର ଗତିପଥ

ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ କାମାକ୍ଷା ଅଭିମୁଖେ ବାହାରିଥିବା ନର୍ଥ ଟ୍ରେନ୍‌ ଇଷ୍ଟ ଏକ୍ସପ୍ରେସ୍‌ର ପ୍ରାୟ ୨୧ ବଗି ଲାଇନ୍‌ଚ୍ୟୁତ୍ ହେବାରୁ ଏହି ଦୁର୍ଘଟଣା ଘଟିଛି।

Train Accident

Train Accident

Advertisment

ବିହାରର ବକ୍ସରରେ ଗତ ରାତିରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୪ ଜୀବନ ଚାଲି ଯାଇଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ବକ୍ସରର ରଘୁନାଥପୁର ଷ୍ଟେଶନରେ ଏହି ଅଘଟଣ ଘଟିଛି। ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ କାମାକ୍ଷା ଅଭିମୁଖେ ବାହାରିଥିବା ନର୍ଥ ଟ୍ରେନ୍‌ ଇଷ୍ଟ ଏକ୍ସପ୍ରେସ୍‌ର ପ୍ରାୟ ୨୧ ବଗି ଲାଇନ୍‌ଚ୍ୟୁତ୍ ହେବାରୁ ଏହି ଦୁର୍ଘଟଣା ଘଟିଛି।

Advertisment

ପଶ୍ଚିମବଙ୍ଗ, ଆସାମରୁ ଦିଲ୍ଲୀ ଯାଉଥିବା ଟ୍ରେନ୍‌ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ଦୁର୍ଘଟଣା ପାଇଁ ବହୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ଫଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ ଟ୍ରାକ୍‌ ମରାମତି କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।

ଏହି ଦୁର୍ଘଟଣା ପରେ ଏହି ଟ୍ରାକ୍‌ ଦେଇ ଯାଉଥିବା କିଛି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ବେଳେ କିଛି ଟ୍ରେନ୍‌କୁ ବାତିଲ କରାଯାଇଛି। ଉତ୍ତର ପ୍ରଦେଶ ବନାରସ ଷ୍ଟେଶନରୁ ପଟଣା ଯାଉଥିବା ୧୫୧୨୫ ନଂ ବିଶିଷ୍ଟ୍ର ଟ୍ରେନ୍‌ ଓ ପଟଣାକୁ ବନାରସ ଯାଉଥିବା ୧୫୧୨୬ ନଂ ବିଶିଷ୍ଟ ଟ୍ରେନ୍‌କୁ ଆଜି ପାଇଁ ବାତିଲ କରି ଦିଆଯାଇଛି।

Advertisment

ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହଗୁଡ଼ିକୁ ରଘୁନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଗୋଟିଏ ମୃତଦେହ ଚିହ୍ନଟ ହୋଇଛି। ଆଖାପାଖ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ ଆହତଙ୍କୁ ଚିକିତ୍ସା କରାଯାଉଛି। ଗୁରୁତରଙ୍କୁ ବକ୍ସର, ପାଟଣା, ବାରଣାସୀ ପଠାଯାଇଛି।

ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଏକ ସ୍ପେଶାଲ ଟ୍ରେନ୍‌ ଗତ ରାତିରେ ରଘୁନାଥପୁର ଷ୍ଟେଶନ ଛାଡ଼ିଛି।

ଏହି ଦୁର୍ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ କରି, ଏହି ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଜୁନ୍ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। 

Bihar Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe