Advertisment

ବାପା ମୃତ, ମେଡ଼ିକାଲ୍‌ ବେଡ୍‌ରେ କୁନିପୁଅ

ଆଜି ଅପରାହ୍ନରେ ବାପ ଓ ପୁଅ ଲମ୍‌ତାପୁଟ ଫେରୁଥିଲେ। ତେବେ ବୈପାରୀଗୁଡ଼ା ଥାନା ପେଟା ଘାଟିରେ ସମ୍ମୁଖରୁ ଆସୁଥିବା ଭ୍ୟାନ୍‌ ସହିତ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଡମ୍ୱୁରଙ୍କ ମୃତ୍ୟୁ ଘଟିଥିଲା।

Accident

Accident

Advertisment

ବାପ-ପୁଅର ବାଇକ୍‌ରେ ଯାଉଥିଲେ। ହେଲେ ଘାଟି ରାସ୍ତାରେ ଭ୍ୟାନ୍‌ ସହ ହେଲା ବାଇକ୍‌ର ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲ୍‌ ବେଡ଼ରେ ପୁଅ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅଞୋଚଳରେ ଘଟିଛି।

Advertisment

ଲମତାପୁଟ ବ୍ଲକ୍‌ ଉର୍ଦ୍ଦିଗୁଡା ଗାଁର ଡମ୍ବରୁ କ୍ରିସାନି ନିଜ ୫ ବର୍ଷର ପୁଅକୁ ଧରି ବାଇକ୍‌ରେ ଜୟପୁର ସ୍ଥିତ ଗାଁକୁ ଯାଇଥିଲେ। ଆଜି ଅପରାହ୍ନରେ ବାପ ଓ ପୁଅ ଲମ୍‌ତାପୁଟ ଫେରୁଥିଲେ। ତେବେ ବୈପାରୀଗୁଡ଼ା ଥାନା ପେଟା ଘାଟିରେ ସମ୍ମୁଖରୁ ଆସୁଥିବା ଭ୍ୟାନ୍‌ ସହିତ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଡମ୍ୱୁରଙ୍କ ମୃତ୍ୟୁ ଘଟିଥିଲା। ୫ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲା। ସ୍ଥାନୀୟ ଲୋକେ କୁନି ପୁଅକୁ ଉଦ୍ଧାର କରି ଲମତାପୁଟ ଆଶାକିରଣ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଖବର ପାଇ ପରିବାର ଲୋକେ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି।

ରିପୋର୍ଟ-ଲମତାପୁଟରୁ ଜଗତ ଜୀବନ

Accident Roadaccident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe