Advertisment

ବାଇକ୍‌କୁ ପିଟିଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର; ମେଡ଼ିକାଲ୍‌ରେ IIC

ସ୍ଥାନୀୟ ଲୋକେ ଆଇଆଇସି ଶ୍ରୀ ପ୍ରଧାନ ଓ ପାଲେଶ୍ୱରଙ୍କ ପତ୍ନୀ ପିଙ୍କିଙ୍କୁ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପିଙ୍କିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Accident

Accident

Advertisment

ବାଇକ୍‌କୁ ପିଟିଲା କାର୍‌। ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର। ସେପଟେ ଦୁର୍ଘଟଣାଗ୍ରସ୍ତ କାର୍‌ରେ ଥିବା ଆଇଆଇସି ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

ଟିଟିଲାଗଡ଼ ଥାନା IIC ମନୋଜ ପ୍ରଧାନ ଆଜି ଗୋଟିଏ କାର୍‌ ଭଡ଼ା କରି ବରଗଡ଼ରୁ ଅଫିସ୍‌ ଆସୁଥିଲେ। ତେବେ ୨୬ ନମ୍ୱର ଜାତୀୟ ପଥର ଛାତମଖନା ଛକରେ ସମ୍ମୁଖରୁ ଆସିଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା କାର୍‌। ଘଟଣା ସ୍ଥଳରେ ବାଇକ୍‌ ଚାଳକ ଦୁର୍ଗାପାଲି ଗାଁର ପାଲେଶ୍ୱର ଘିବେଲାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଆଇଆଇସି ଶ୍ରୀ ପ୍ରଧାନ ଓ ପାଲେଶ୍ୱରଙ୍କ ପତ୍ନୀ ପିଙ୍କିଙ୍କୁ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପିଙ୍କିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଆଇଆଇସି କାର୍‌ ଚଲାଉଥିଲେ କି ନାହିଁ, ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ପାଇଁ ଆରମ୍ଭ କରିଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Accident Balangir Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe