Advertisment

ଘନ କୁହୁଡ଼ି ହେଲା କାଳ; ପୋଲରେ ପିଟି ହେଲା ବାଇକ୍‌

ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

author-image
Niharika Rout
Accident

Accident

ଘନ କୁହୁଡ଼ି ହେଲା କାଳ । କୁହୁଡ଼ି ଯୋଗୁ ଦୁର୍ଘଟଣାର ଶିକାର ହେଲା ବାଇକ୍‌। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ପୁରୀ ପୁରୀ ଜିଲ୍ଳା ପିପିଲି ଖଣ୍ଡିଆଗିରି ଗାଁ ନିକଟରେ ଘଟିଛି। ମୃତକଙ୍କ ପରିଚୟ ମିଳିଥିବା ବେଳେ ଗୁରୁତରଙ୍କ ପରିଚୟ ମିଳି ପାରିନି।

Advertisment

ଗତକାଲି ରାତିପ୍ରାୟ ୧ଟା ବେଳେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ୨ ଯୁବକ ଏକ ବାଇକ୍‌ରେ ଆସୁଥିଲେ। ମାତ୍ର ଗାଡ଼ିଟି ଖଣ୍ଡିଆଗିରି ଗାଁ ନିକଟରେ ହୋଇଥିବା ବେଳେ ପୋଲରେ ପିଟି ହୋଇଥିଲା। ଉକ୍ତ ସମୟରେ ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ତାହା ୩୦ ଫୁଟ ଦୂରକୁ ଛିଟିକି କି ପଡ଼ିଥିଲା।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ପୋଲ ତଳୁ ଖୋଜାଖୋଜି କରି ସେମାନେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ବାଇକ୍‌ରେ କେତେ ଜଣ ଥିଲ ବୋଲି ତାଙ୍କୁ ପଚରାଯିବାରୁ ସେ ଜଣେ ବୋଲି କହିଥିଲେ।

Advertisment

ଏହାପରେ ତୁରନ୍ତ ତାଙ୍କୁ ପ୍ରଥମେ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସେଠାରୁ ଭୁବନେଶ୍ୱର ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଅପରପକ୍ଷେ, ଆଜି ସକାଳେ ଉକ୍ତ ପୋଲ ତଳେ ଆଉ ଏକ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପକେଟରୁ ଏକ ଆଧାର କାର୍ଡ ମିଳିଥିବା ବେଳେ ତାଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆରେ ବୋଲି ଉଲ୍ଲେଖ ଅଛି।

ଏନେଇ ନୟାଗଡ଼ ପୁଲିସକୁ ସୂଚନା ଦିଅଯାଇଥିଲା। ଏହାପରେ ତଦନ୍ତରୁ ଉକ୍ତ ଯୁବକଜଣକ ଶ୍ର୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରମିକ ଭାବେ କାମ କରୁଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Puri Road Accident