Advertisment

ଟ୍ରକ ସହ ପିଟିହେଲା ବାଇକ, ଚାଳକ ମୃତ

ବାଇକ ଆଉ ଟ୍ରକ ମୁଁହାମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି।

Accident

Accident

Advertisment

ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଡିଗଶିରା ଗ୍ରାମ ଠାରେ ବାଇକ ଆଉ ଟ୍ରକ ମୁଁହାମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ରୁଗୁଡ଼ିପାଲି ଗ୍ରାମର ୩୦ ବର୍ଷୀୟ ରାମଚନ୍ଦ୍ର ଦାସ।

Advertisment

ରାମଚନ୍ଦ୍ର ନିଜ ବାଇକ ଯୋଗେ ପୁରୁଣା କଟକରୁ ଚାରିଛକ ଆଡ଼କୁ କୌଣସି କାମରେ ଯାଉଥିଲେ। ଆଗରେ ଯାଉଥିବା ଏକ ଗାଡ଼ିକୁ ଓଭରଟେକ କରି ଯିବାବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ମୁଁହାମୁହିଁ ଧକ୍କା ହୋଇଥିଲା।

ଟ୍ରକ ଧକ୍କାରେ ବାଇକଟି ଚୁରମାର ହେବା ସହ ରାମଚନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଖବାର ପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାମଚନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି। ପୁରୁଣାକଟକ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Accident Accidental Death Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe