Advertisment

ବାଇକ୍‌କୁ ଧକ୍କା ଦେଲା ଟ୍ରକ: ୨ମୃତ, ଜଣେ ଗୁରୁତର

ଦୁର୍ଘଟଣା ଘଟାଇ ଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଏନେଇ ଘଟଣା ସ୍ଥଳରେ ଚାପା ଉତେଜନା ଦେଖା ଦେଇଥିବା ବେଳେ ସ୍ଥାନୀୟ ଲୋକେ ଟାୟର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ।

Accident

Accident

Advertisment

ବାଇକ୍‌କୁ ଧକ୍କା ଦେଲା ଟ୍ରକ। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁର ଭାବେ ଆହାତ ହୋଇଛନ୍ତି। ଘଟଣାଟି ହେଉଛି ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥରେ। ମୃତକ ବରଅଠା ଅଞ୍ଚଳର ଶୁଭମ ସିଂ ଓ କଳ୍ପନା ସିଂ ବୋଲି ଜଣାପଡ଼ିଛି।

Advertisment

ଗୋଟିଏ ବାଇକ୍‌ରେ ଚାଳକଙ୍କ ସହ ଶୁଭମ ସିଂ ଓ କଳ୍ପନା ସିଂ କଉଡ଼କଲ ଛକରୁ ମେଡ଼ିସିନ ନେଇ ଘରକୁ ଫେରୁଥିଲେ। ସେଇ ସମୟରେ ଗୋଟିଏ ଟ୍ରକ ଆସି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁରତ ଆହାତ ହୋଇଛନ୍ତି। ଏନେଇ ସ୍ଥାନୀୟ ଲୋକେ ଚାଳକଙ୍କୁ ବଡ଼ଚଣା ମେଡ଼ିକାଲକୁ ମେଡିକାଲକୁ ନେଇଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଦୁର୍ଘଟଣା ଘଟାଇ ଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଏନେଇ ଘଟଣା ସ୍ଥଳରେ ଚାପା ଉତେଜନା ଦେଖା ଦେଇଥିବା ବେଳେ ସ୍ଥାନୀୟ ଲୋକେ ଟାୟର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ। ରାସ୍ତାରେ ମୃତ ଦେହ ପଡ଼ି ରହିଥିବା ବେଳେ ବଡ଼ଚଣା ଓ ମାହାଙ୍ଗା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe