Advertisment

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ସାଗର ଆଜି ବାଇକରେ କୌଣସି କାମରେ ଅନୁଗୋଳ ଅଭିମୁଖେ ଯାଉଥିଲେ। ସେଇ ସମୟରେ ଗୋଟିଏ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ସାଗରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

Accident

Accident

Advertisment

ବାଇକ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ତୁବେ ନିକଟରେ। ମୃତକ ଜଣଙ୍କ ହେଉଛନ୍ତି ଜରପଡ଼ା ଥାନା କୋରଡ଼ା ଗାଁର ସାଗର ବେହେରା।

Advertisment

ସାଗର ଆଜି ବାଇକରେ କୌଣସି କାମରେ ଅନୁଗୋଳ ଅଭିମୁଖେ ଯାଉଥିଲେ। ସେଇ ସମୟରେ ଗୋଟିଏ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ସାଗରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ସାଗରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଥିଲା। ଏନେଇ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ଲୋକମାନେ ଧାରଣା ପ୍ରତ୍ୟାହାର କରିଥିଲେ।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe