Advertisment

ବାଇକ୍‌କୁ ପିଟିଲା ଟ୍ରକ୍‌, ଯୁବକ ମୃତ

ଘାଟିରେ ଯାଉଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସାମ୍ନାରୁ ବାଇକ୍‌କୁ ଧକ୍କା ଦେଥିଲା

author-image
Biswajit Samal
Accident

Accident

ବୌଦ୍ଧ ଫୁଲବାଣୀ ରାଣୀପଥର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଉପରେ ଚଢ଼ିଗଲା ଟ୍ରକ। ଘଟଣା ସ୍ଥଳରେ ଜଣେ ମୃତ ଅନ୍ୟଜଣେ ଗୁରୁତର। ମୃତକର ପରିଚୟ ମିଳିପାରି ନଥିବା ବେଳେ ଗୁରୁତର ଜଣ ହେଲେ ରାହୁଲ ଡାକଚି।

Advertisment

ଆଜି ସକାଳେ ଗୋଟିଏ ବାଇକ୍‌ରେ ଜଣେ ଯୁବକ ବୌଦ୍ଧରୁ-ଫୁଲବାଣୀ ଯାଉଥିଲେ। ଚାରିଛକ ପାଖରେ ରାହୁଲ ତାଙ୍କୁ ଲିପ୍ଟି ମାଗିଥିଲେ। ଆଉ ତାଙ୍କୁ ଲିପ୍ଟ ଦେଥିଲେ ବାଇକ୍‌ ଚାଳକ। ଉଭୟ ଫୁଲବାଣୀ ଅଭିମୁଖେ ଚାଲିଥିଲେ। କିଛି ବାଟ ଗଲାପରେ ଆଗରେ ଗୋଟିଏ ଘାଟି ପଡ଼ିଲା। ସେଇ ଘାଟିରେ ଯାଉଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସାମ୍ନାରୁ ବାଇକ୍‌କୁ ଧକ୍କା ଦେଥିଲା। ଫଳରେ ପଛରେ ବସିଥିବା ଯୁବକ ଜଣକ ଛିଟିକିକି ହୋଇ ପଡ଼ିଥିଲେ। ଆଉ ବାଇକ୍‌ ଚାଳକଙ୍କ ମଣ୍ଡ ଉପରେ ଟ୍ରକ୍‌ଟି ଚଢିଯାଇଥିଲା। ଘଟଣା ସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଆଉ ପଛରେ ବସିଥିବା ଯୁବକ ଜଣଙ୍କ ଗୁରୁତ ଭାବେ ଆହାତ ହୋଇଥିଲେ।

ଘଟଣା ସସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଚାରିଛକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଗୁରୁତର ଯୁବକଙ୍କୁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି। ତେବେ ଦୁର୍ଘଟଣା ଘଟଇଥି ଟ୍ରକ୍‌ ଘଟଣା ସ୍ଥଳରୁ ଫେରାର ଥିବା ବେଳେ ପୁଲିସ ତାର ତଦନ୍ତ କରୁଛି।

Advertisment
Accident Roadaccident Accidental Death