Advertisment

ପଛରୁ ପିଟି ଦେଲା ବାଇକ୍‌, ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ବସ୍‌ରୁ ଓହ୍ଲାଇ ବୁଥ୍‌କୁ ଯାଉଥିବା ବେଳେ ଏକ ବାଇକ୍ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲା।

Dead Body

Dead Body

Advertisment

ବାଇକ୍ ଧକ୍କାରେ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଆଜି ଘଟିଛି ଏହି ଘଟଣା।

Advertisment

ମୃତ ବ୍ୟକ୍ତିଙ୍କ ନାଁ ଅଲେଖ ରନ୍ଧାରୀ। ସେ ୫ମ ପୋଲିଂ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ଉମରକୋଟ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ହୋଇଥିବା ବୁଥ୍‌ରେ ତାଙ୍କର ଡ୍ୟୁଟି ଥିଲା।

ଅଲେଖ ରନ୍ଧାରୀ ବସ୍‌ରୁ ଓହ୍ଲାଇ ବୁଥ୍‌କୁ ଯାଉଥିବା ବେଳେ ଏକ ବାଇକ୍ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲା।

Advertisment

ସେହିପରି ଆଜି ପୋଲିଂ ପାର୍ଟିକୁ ନେଇ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ ଏକ ମିନି ବସ୍ ଓଲଟି ପଡ଼ିଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି।

ମେ’ ୧୩ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମୁପର ସଂସଦୀୟ କ୍ଷେତ୍ର ଏବଂ ଏହି ସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୪ଟି ଯାକ ସଂସଦୀୟ କ୍ଷେତ୍ର ଅଧୀନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୩୦,୯୭,୫୨୭ ଜଣ ପୁରୁଷ, ୩୧,୮୯,୦୬୦ ଜଣ ମହିଳା ଓ ୬୩୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe