Advertisment

ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ଗଛରେ ପିଟି ହୋଇଗଲା ବାଇକ୍‌। ଆଉ ଦୁଇ ବାଇକ୍‌ ଚାଳକଙ୍କ ମଧ୍ୟରୁ ଜଣେ ଆଖି ବୁଜିଥିବା ବେଳେ ଆଉ ଜଣେ ମରଣ ସହ ସଂଘର୍ଷ କରୁଛନ୍ତି।

Krshuna Tandi

Krshuna Tandi

Advertisment

ଯାତ୍ରା ଦେଖି ଫେରିବା ବେଳେ ଘଟିଲା ଦୁର୍ଘଟଣା। ଗଛରେ ପିଟି ହୋଇଗଲା ବାଇକ୍‌। ଆଉ ଦୁଇ ବାଇକ୍‌ ଚାଳକଙ୍କ ମଧ୍ୟରୁ ଜଣେ ଆଖି ବୁଜିଥିବା ବେଳେ ଆଉ ଜଣେ ମରଣ ସହ ସଂଘର୍ଷ କରୁଛନ୍ତି।

Advertisment

ଏପରି ଏକ ଦୁର୍ଘଟଣା ଗତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମୀରା ଗାଁରେ ଘଟିଛି। ମୃତକ ହେଲେ କୃଷ୍ଣ ତାଣ୍ଡି ଓ ଗୁରୁତର ଜଣକ ହେଲେ ନରେଶ ବାରିକ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମୀରା ଗାଁରେ ଗତ ରାତିରେ ଯାତ୍ରା ହେଉଥିଲା। ଯାତ୍ରା ଦେଖିବା ନିମନ୍ତେ କୃଷ୍ଣ ତାଣ୍ଡି ଓ ନରେଶ ବାରିକ ସେଠାକୁ ଯାଇଥିଲେ। ଯାତ୍ରା ଦେଖି ଉଭୟ ବାଇକ୍‌ରେ ଘରକୁ ଫେରୁଥିଲେ। ମାତ୍ର ରାମପୁର ଗାଁ ନିକଟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। 

Advertisment

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ବିନିକା ମେଡିକାଲରେ କୃଷ୍ଣ ତାଣ୍ଡିଙ୍କ ମୃତ୍ୟୁ ହୋଇଥିବା ବେଳେ ନରେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି I ଖବର ପାଇ ବିନିକା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡ଼ିକୁ ଜବତ କରିଛି। 

Accident Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe