Advertisment

ହାଇୱାକୁ ଧକ୍କା ଦେଲା ବାଇକ୍‌, ୨ ମୃତ

ଘଟଣା ସ୍ଥଳରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି ଓ ବାଇକରେ ପଛରେ ବିସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

author-image
Biswajit Samal
Road Accident

Road Accident

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ସୁରୁଗୁଡ଼ା ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ଆଜି ସନ୍ଧ୍ୟାରେ ଗୋଟିଏ ବାଇକରେ ୩ଜଣ ଲୋକ ବସି ଯାଉଥିଲେ। ସୁରୁଗୁଡ଼ା ଛକ ନିକଟରେ ରାସ୍ତାରେ ଉପରେ ଛିଡ଼ା ହୋଇଥିବା ହାଇୱାକୁ ପଛପଟୁ ଧକ୍କାଦେଲା ବାଇକ୍‌। ଘଟଣା ସ୍ଥଳରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି ଓ ବାଇକରେ ପଛରେ ବିସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ସେମାନେ ଦର୍ଲିଢିପାକୁ ନିଜର ସମ୍ପର୍କୀୟଙ୍କ ଘରକୁ ଯାଉଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ପରେ ଲେଫ୍ରିପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତ ମହିଳା ଜଣଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment
Roadaccident